ଯୌନ ନିର୍ଯ୍ୟାତନା ଦେଉଥିଲେ ବାପା

ଫୋକସ ପ୍ଲସ 13/3/23(ବ୍ୟୁରୋ): ନିଜ ବାପାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଲେ ଦିଲ୍ଲୀ ମହିଳା କମିଶନ ମୁଖ୍ୟ ସ୍ବାତୀ ମାଲିୱାଲ | ଛୋଟ ବେଳେ ସେ ବାପାଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହେଉଥିଲେ ବୋଲି ବିସ୍ଫୋରକ ବୟାନ ଦେଇଛନ୍ତି | ସେଥିପାଇଁ ଏବେ ସେ ଗଣମାଧ୍ୟମରେ ଖୁବ ଚର୍ଚାର ବିଷୟ ପାଲଟିଛନ୍ତି | ଦିଲ୍ଲୀରେ ଅନୁଷ୍ଠିତ ଡିସିଡବ୍ଲୁ ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହ ପରେ ଦିଲ୍ଲୀ ମହିଳା କମିଶନ ମୁଖ୍ୟ ସ୍ବାତୀ ମାଲିୱାଲ ଛୋଟ ବେଳେ ସେ ବାପାଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଛନ୍ତି ବୋଲି କହିଥିଲେ | ତାଙ୍କ ବାପାଙ୍କ ବିରୋଧରେ ଆଣିଛନ୍ତି ସେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଆଉ କହିଛନ୍ତି ,” ମୁଁ ଯେତେବେଳେ ଛୋଟ ଥିଲି, ମୋ ନିଜ ବାପା ମୋତେ ଯୌନ ନିର୍ଯାତନା ଦେଉଥିଲେ । ମୋତେ ବହୁତ ମାଡ଼ ମାରୁଥିଲେ । ସେ ଘରକୁ ଆସିବା ପରେ ମୁଁ ଭୟଭୀତ ହେଉଥିଲି ଏବଂ ଖଟ ତଳେ ଲୁଚି ରହୁଥିଲି ।” ଆଉ ସେହି ବିଛଣା ତଳେ ରହି ଭାବୁଥିଲି, ଏମିତି ମହିଳା ଓ ପିଲାଙ୍କୁ ନିର୍ଯାତନା ଦେଉଥିବା ଲୋକଙ୍କୁ କେମିତି ଉଚିତ ଶିକ୍ଷା ଦେବି ବୋଲି | ଆଉ ସେ ଏହା ମଧ୍ୟ କହିଛନ୍ତି ଯେ ,ବାପା ଯେତେବେଳେ ବି ମୋତେ ମାଡ଼ ମାରିବାକୁ ଆସନ୍ତି, ମୋ ଚୁଟିକୁ ଧରି କାନ୍ଥରେ ପିଟି ଦେଉଥିଲେ । ଏହି ମାଡ଼ ଖାଇବା ପରେ ମୋ ମୁଣ୍ଡରେ ଆଘାତ ଲାଗିବା‌ ସହ ରକ୍ତ ବି ବାହାରୁଥିଲା । ବହୁତ ଯନ୍ତ୍ରଣା ହେଉଥିଲା । ଯେତେବେଳେ କୌଣସି ବ୍ୟକ୍ତି ଅତ୍ୟାଚାର ସହିଥାଏ, ସିଏ ହିଁ ଅନ୍ୟର କଷ୍ଟକୁ ଅନୁଭବ କରିପାରିଥାଏ। ମା’ଓ ପରିବାରର ଅନ୍ୟ ସଦସ୍ୟଙ୍କ କାରଣରୁ ସେ ଏହି ଭୟାବହ ପରିସ୍ଥିତିରୁ ମୁଁ ମୁକୁଳି ପାରିଥିଲି। ଆଉ ଆଜି ଯାହା ବି ହୋଇଛି ସବୁ ସେମାନଙ୍କ ପାଇଁ ସମ୍ଭବ ହୋଇପାରିଛି’। ମାଲିୱାଲ କହିଛନ୍ତି ଯେ, ସେ ଚତୁର୍ଥ ଶ୍ରେଣୀରେ ପଢ଼ିବା ଯାଏ ତାଙ୍କ ପିତାଙ୍କ ସହ ରହୁଥିଲେ ଏବଂ ଏହା ସେହି ସମୟ ଭିତରେ ଏମିତି ଅନେକ ଥର ତାଙ୍କ ସହ ଘଟିଥିଲା । ତେବେ ଏଆଭଳି କିଛି ଖୁଲାସା ଅଭିନେତ୍ରୀ ତଥା ନ୍ୟାସନାଲ କମିଶନ ଫର ମହିଳା (NCW) ସଦସ୍ୟ ଖୁସବୁ ସୁନ୍ଦର ମଧ୍ୟ କହିଥିଲେ ଯେ ସେ ବି ପିଲାବେଳେ ସେ ତାଙ୍କ ପିତାଙ୍କ ଦ୍ୱାରା ଯୌନ ଶୋଷଣର ଶୀକାର ହୋଇଥିଲେ । ତାଙ୍କୁ ୮ ବର୍ଷ ହୋଇଥିବାବେଳେ ତାଙ୍କ ବାପାଙ୍କ ଦ୍ବାରା ଯୌନ ଶୋଷଣର ଶୀକାର ହୋଇଥିଲେ । ଏହା ତାଙ୍କ ଜୀବନର କଠୋର ସମୟ ବୋଲି କହିଛନ୍ତି ଖୁସବୁ । ଯେତେବେଳେ ତାଙ୍କୁ ୧୫ ବର୍ଷ ହୋଇଥିଲା, ସେ ତାଙ୍କ ପିତାଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିଥିଲେ, ଯାହା ପରେ ପରିବାରକୁ ଅଡୁଆରେ ପକାଇଥିଲେ ବୋଲି ଅଭିନେତା-ରାଜନେତା ନିକଟରେ ଜୟପୁରର ଏକ କାର୍ଯ୍ୟକ୍ରମରେ କହିଛନ୍ତି ।

Leave a Reply

Your email address will not be published. Required fields are marked *