ରକ୍ତଦାନ କରି ଜୀବନ ବଞ୍ଚାଇଲେ ବିଧାୟକ

ଫୋକସ ପ୍ଲସ(ମାଲକାନଗିରି)୨୮/୦୮/୨୦୨୨: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଗୁରୁତ୍ତର ରୋଗୀଙ୍କୁ ରକ୍ତ ଯୋଗାଇ ଜୀବନ ବଞ୍ଚାଇଲେ ମାଲକାନଗିରି ପୂର୍ବତନ ବିଧାୟକ ତଥା ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ମାନସ ମାଡକାମି । ସୂଚନା ଅନୁଯାୟୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସର୍ରଯରୀ ବିଭାଗରେ ମାଲକାନଗିରି ଜିଲ୍ଲା ଏମ.ପି.ଭି ୮୧ ଗ୍ରାମର ରୋଗୀ ମଲିନା ସରକାର ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ତାଙ୍କୁ ରକ୍ତର ଅବଶ୍ୟକତା ହୋଇଥିଲା । ତେବେ ତାଙ୍କ ପରିବାର ଲୋକେ ରକ୍ତ ପାଇଁ ପଦକ୍ଷେପ ନେଉଥିବା ବେଳେ ରକ୍ତ ମିଳି ନଥିବାରୁ ସେମାନେ ଚିନ୍ତା ଗ୍ରସ୍ତ ହୋଇ ପଡିଥିଲେ । ଏହି ଖବର ଜିଲ୍ଲା ଜୀବନ ବିନ୍ଦୁ ସଂଯୋଯୋଗ ତଥା ପୁର୍ବତନ ବିଧାୟକ ମାନସ ମାଡକାମି ଜାଣିବା ପରେ ତୁରନ୍ତ ସେ ରକ୍ତ ଦେବା ପାଇଁ ରାଜୁ ମଣ୍ଡଳ ନାମକ ଯୁବକଙ୍କୁ ଯୋଗାଯୋଗ କରି ରକ୍ତ ଦାନ ପାଇଁ କହିଥିଲେ | ଏଥିରେ ରଜୁ ସହମତି ପ୍ରକାଶ କରିବା ସହ ରକ୍ତ ଦାନ କରିଥିଲେ । ପୂର୍ବତନ ବିଧାୟକ ଓ ରାଜୁଙ୍କ ପ୍ରୟାସରେ ରୋଗୀଙ୍କୁ ରକ୍ତ ଦେଇ ତାଙ୍କର ଜୀବନ ବଞ୍ଚାଇଥିବାରୁ ସାଧାରଣରେ ବେସ ପ୍ରଶଂସା କରାଯାଇଛି । ଏହି ରକ୍ତ ଦାନ ଅବସରରେ ଜୀବନ ବିନ୍ଦୁ ସଂଯୋଯୋଗ ତଥା ପୁର୍ବତନ ବିଧାୟକ ଶ୍ରୀ ମାଡକାମିଙ୍କ ସମେତ ଜ଼ିଲ୍ଲା ବିଜେଡି ଉପସଭାପତି ହୃଦାନନ୍ଦ ସାହୁ,ପଡିଆ ବ୍ଲକ ବିଜୁ ମହିଳା ଶଭାନେତ୍ରୀ ସାଥି ବିଶ୍ୱାସ, ବରିଷ୍ଠ ନେତା ଉମା ସାହୁ, ସମାଜସେବୀ ତଥା ବିଜେଡି କର୍ମୀ କେ. ରାହୁଲ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କ ମନବଳ ବଢ଼ାଇଥିଲେ ।

Leave a Reply

Your email address will not be published. Required fields are marked *