ରକ୍ତଦାନ ଶିବିର ସ୍ବାଧୀନତାର ଅମୃତ ମହୋତ୍ସବକୁ ପାଳନ

ଫୋକସ ପ୍ଲସ(ଭୁବନେଶ୍ୱରର)୧୫/୦୮/୨୦୨୨: ସ୍ବାଧୀନତାର ଅମୃତ ମହୋତ୍ସବକୁ ପାଳନ କରିବା ପାଇଁ, ଭୁବନେଶ୍ୱରର ରସୁଲଗଡ ର ଚଣ୍ଡିମାତା କଲୋନୀ ରେ ସାମାଜିକ କାର୍ଯ୍ୟ ଏବଂ କଲ୍ୟାଣ ସଂଘ ଓ ଶିଶୁ ତଥା ମହିଳା ବିକାଶର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।ସାମାଜିକ କାର୍ଯ୍ୟ ଏବଂ କଲ୍ୟାଣ ସଂଘ ସଭାପତି ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଦାସ, ସିଡବ୍ଲୁଡିଏସ ର ଚେୟାରମ୍ୟାନ୍ ମେଜର ଡ଼ଃ କଳ୍ପନା ଦାଶ, ଓଡ଼ିଶା ଆସୋସିଏସନ ଫର ବ୍ଲାଇଣ୍ଡ ର ସଭାପତି ସନ୍ୟାସାଇ ବେହେରା ରକ୍ତଦାନ ଶିବିର କୁ ଉଦଘାଟନ କରିଥିଲେ । ଆମେ ସମସ୍ତେ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରି ବହୁ ମୂଲ୍ୟବାନ ଜୀବନ ବଞ୍ଚେଇଵାରେ ସହାୟକ ହୋଇ ପାରିବା ବୋଲି ମେଜର ଦାସ ମତ ରଖିଥିଲେ I ସାମାଜିକ କାର୍ଯ୍ୟ ଏବଂ କଲ୍ୟାଣ ସଂଘ ର ସଚିବ ଶ୍ରୀମତୀ ସାଇପ୍ରଭା ବିଶ୍ବାଳ ରକ୍ତ ଶିବିରକୁ ସଂଯୋଜନା କରିଥିଲେ। ବ୍ଲଡ ମୋଟିଭେଟର ଲକ୍ଷ୍ମଣ ସ୍ବାଇଁ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ସେଣ୍ଟ୍ରାଲ ରେଡ କ୍ରସ୍ ରକ୍ତ କେନ୍ଦ୍ର ଯୋଗ ଦେଇ ପ୍ରାୟ 20 ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ଏହି ରକ୍ତଦାନ ଶିବିରକୁ ସଫଳ କରିବାରେ ଯୋଗେନ୍ଦ୍ର ଦାସ, ଶ୍ରୀମତୀ ପାଲ୍ଲଭି ପୁହାଣ, ଶ୍ରୀମତୀ ମାନସୀ ମହାପାତ୍ର, ପ୍ରିୟଦର୍ସିନୀ ସ୍ବାଇଁ , ଶ୍ରୀ ସୁବାଷ ପାଣି , ପ୍ରକାଶ କୁମାର ପରିଡା ସାହାଯ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *