ରତ୍ନଭଣ୍ଡାର ଖୋଲିବାକୁ ଦାବି କଲେ ବିଜେପି ନେତା

ଫୋକସ ପ୍ଲସ(ବ୍ୟୁରୋ): ରତ୍ନଭଣ୍ଡାର ଖୋଲିବାକୁ ଦାବି କଲେ ବିଜେପି ନେତା ବିଜୟ ମହାପାତ୍ର lରାଜ୍ୟ ସରକାରଙ୍କୁ ସମାଲୋଚନା କରି ପ୍ରେସମିଟରେ ଦାବି ଉଠାଇଲେ lନିକଟରେ କୋର୍ଟଙ୍କ ନିର୍ଦ୍ଦେଶରେ ଆମିକସକ୍ୟୁରି ପୁରୀ ଆସିଥିଲେ lସେ ଅନୁଭବ କରିଛନ୍ତି ସୁରକ୍ଷା ଓ ମରାମତି ଦିଗରେ ଅବହେଳା ହୋଇଛି l୧୯୭୮,୮୨, ୮୫ରେ ୩ ଥର ରତ୍ନଭଣ୍ଡାର ଖୋଲାଯାଇଥିଲା lରତ୍ନଭଣ୍ଡାର କମିଟି ରିପୋର୍ଟ ଅନୁସାରେ ୧୨୮୩୮ ଭରି ସୁନା ଅଛି l୩ଟି ରତ୍ନର ଚିହ୍ନଟ କିମ୍ବା ଓଜନ ହେଲାନି, ପ୍ରାୟ ୧୦୦ କୋଟି ଟଙ୍କାର ସମ୍ପତ୍ତି lରତ୍ନଭଣ୍ଡାର ଖୋଲା ଯାଉନଥିବାରୁ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି l

ସରକାରୀ ଅଧିକାରୀ ଭାବୁଛନ୍ତି ରତ୍ନଭଣ୍ଡାର ମାଲିକ ସରକାର lତେଣୁ ଖୋଲୁନାହାନ୍ତି, ଅନୁମତି ବିଳମ୍ବରେ ଦେବା ମଧ୍ୟ ଆଇନର ଅବମାନନା lରାଜ୍ୟ ସରକାର ଏ ଚରମ ଅବହେଳାରୁ କ୍ଷାନ୍ତ ରୁହନ୍ତୁ- ବିଜୟ ମହାପାତ୍ର l

Leave a Reply

Your email address will not be published. Required fields are marked *