ରାଇରଙ୍ଗପୁର ବାମନଘାଟୀରେ ଗଠିତ ହେଲା ପ୍ରେସକ୍ଲବ

ଫୋକସ ପ୍ଲସ(ରାଇରଙ୍ଗପୁର): ମୟୂରଭଞ୍ଜ ଜିଲ୍ଲାର ଦିତୀୟ ସର୍ବ ବୃହତତ୍ତମ ବାମନଘାଟୀ ଉପଖଣ୍ଡ ।ଏହା ୭ଟି ବ୍ଳକ ବିଶୋଇ,ବିଜାତଳା,କୁସୁମୀ, ରାଇରଙ୍ଗପୁର,ବହଳଦା,ଜାମଦା,ତିରିଂ ଏବଂ ରାଇରଙ୍ଗପୁର ମ୍ୟୁନିସିପାଲଟିକୁ ନେଇ ଗଠିତ ।ବଣ,ଜଙ୍ଗଲ,ପାହାଡ,ପର୍ବତ,ନଦୀ,ନାଳ ଘେର ଏହି ଉପଖଣ୍ଡରେ ଶତକଡା ୭୦ ଭାଗରୁ ଉର୍ଦ୍ଧ୍ବ ଆଦିବାସୀ ଏଠାରେ ବସବାସ କରନ୍ତି ।ଏହା ମଧ୍ୟ ଏକ ପଛୁଆ ଅଂଚଳ । ଶତକଡା ୮୦ ଭାଗ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରନ୍ତି । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଜୁଳି,ପାନୀୟ ଜଳ କୃଷି,ଶିଳ୍ପ, ବାଣିଜ୍ୟ ସବୁଥିରେ ପଛୁଆ ।ଏହି ଅଂଚଳର ସମସ୍ୟା ଏବଂ ସ୍ଵରକୁ ନେଇ ଆଜି ରାଇରଙ୍ଗପୁରର ପୂର୍ଣଚନ୍ଦ୍ର ଭବନ ପରିସରରେ ବିଭିନ୍ନ ବ୍ଳକ ଏବଂ ସହରାଞ୍ଚଳ ଗଣମାଧ୍ୟମ ପ୍ରତିନିଧିମାନେ ବାମନଘାଟୀ ପ୍ରେସ କ୍ଲବ ଗଠନ କରିଥିଲେ ।ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାରର ବିଶିଷ୍ଟ ଓକିଲ,ରାଇରଙ୍ଗପୁରର ବରିଷ୍ଠ ନାଗରିକ ସଂଘର ସଭାପତି,୧୯୬୦ ଦଶକର ପ୍ରଜାତନ୍ତ୍ର ର ସାମ୍ବାଦିକ ଶ୍ରୀଯୁକ୍ତ ରସାନନ୍ଦ ଲେଙ୍କା (୯୧) ଏବଂ ଅନ୍ୟତମ ସମ୍ମାନିତ ଅତିଥି ତଥା ବିଶିଷ୍ଟ ସମାଜସେବୀ ତଥା କବି ଓ ବାଗ୍ମୀ ଶ୍ରୀଯୁକ୍ତ ପାର୍ଥ ସାରଥି କବି ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ ।

ସଭାରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ବିଶ୍ବାଳ ସଭାପତିତ୍ବ କରିବା ସହ ବୈଠକର ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ ।ସାମ୍ବାଦିକ ମେଘନାଦ ହେମ୍ବ୍ରମ ମଞ୍ଚ ପରିଚାଳନା କରିଥିଲେ । ଉପସ୍ଥିତ ଗଣମାଧ୍ୟମକୁ ମୁଖ୍ୟ ଅତିଥି ରସାନନ୍ଦ ଲେଙ୍କା ଆଶୀର୍ବାଦ ଦେବା ସହ ବାମନଘାଟୀ ପ୍ରେସ କ୍ଳବ୍ ଅବହେଳିତ,ଅଣଦେଖା,ଅସହାୟ,ପିଡିତ, ଦୁର୍ବଳା, ଖଟିଖିଆ,ଶ୍ରମିକ ଦିଵ୍ଯାଙ୍ଗ ମାନଙ୍କର ସ୍ବର ହେଉ ।ଭୟ ନକରି ସତ୍ୟ ଖବର ପରିବେଷଣ କର ।ତମକୁ ସମସ୍ତେ ସାହାଯ୍ୟ କରିବେ ,ସମ୍ମାନ ଦେବେ ପ୍ରଶଂସା କରିବେ । ସେହିଭଳି‌ଅନ୍ଯତମ ଅତିଥି ସେ ପାର୍ଥସାରଥୀ କବି ସାମ୍ବାଦିକମାନଙ୍କୁ ସରକାର ସୁରକ୍ଷା, ପେନସନ,ଆବାସ ଘର, ସ୍ବାସ୍ଥ୍ୟ ବୀମା ବୃଦ୍ଧି ଅନ୍ୟାନ୍ୟ ସୁବିଧାରେ ଅନ୍ତର୍ଭୁକ୍ତ କରିବା ପାଇଁ କହିଥିଲେ ।ପରେ ବିଭିନ୍ନ ଅଂଚଳର ସାମ୍ବାଦିକ ମାନେ ସେମାନଙ୍କ ଅଂଚଳର ସମସ୍ଯା ଉପରେ ଆଲୋକପାତ କରିଥିଲେ ।ପରେ ସମସ୍ତଙ୍କ ମଧ୍ୟରେ ସର୍ବସମ୍ମତିକ୍ରମେ ବାମନଘାଟୀ ପ୍ରେସ କ୍ଳବ୍ ସହ କାର୍ଯ୍ୟକର୍ତ୍ତା ମନୋନୀତ କରାଯାଇଥିଲା ।ସଭାପତି-ମନୋରଂଜନ ତିରିଆ,ସଂପାଦକ ପ୍ରଭାସ ଦାସ, ଉପସଭାପତି -ସୁବାଷ ପାତ୍ର,ସହ ସଂପାଦକ-ବିନୟ ଗିରି, କୋଷାଧ୍ୟକ୍ଷ ସତ୍ଯରଂଜନ ପାଲ, ସାଂଗଠନିକ ସଂପାଦକ ଜ୍ୟୋତିରଂଜନ ବାରିକ, କାର୍ଯ୍ୟକାରିଣୀ ସଦସ୍ୟ ଭାବେ ରାଜେନ୍ଦ୍ର ମହାନ୍ତ (ତିରିଂ),ଶଙ୍କର ମହାନ୍ତ(ଵହଳଦା), ତ୍ରିଲୋଚନ ମହାନ୍ତ (ଯାମଦା), ଦୟାନିଧି ମହାକୁଡ଼(ରାଇରଙ୍ଗପୁର),ଧୀରେ ସାହୁ(ବିଜାତଳା),ସୁଜିତ କୁମାର ଶତପଥୀ(କୁସୁମି),ଅମିତ କୁମାର ଦାସ (ବିଶୋଇ) ଏବଂ ମେଘନାଦ ହେମ୍ବ୍ରମ ରାଇରଙ୍ଗପୁର ମ୍ୟୁନିସିପାଲଟି) ମନୋନୀତ ହୋଇଥିଲେ ।

ସମସ୍ତଙ୍କୁ ବାମନଘାଟୀ ପ୍ରେସ କ୍ଲବ୍ ସଦସ୍ୟ ବୃନ୍ଦ ନୂତନ କମିଟିର କର୍ମକର୍ତ୍ତାମାନଙ୍କୁ ଫୁଲତୋଡା ଓ ଫୁଲମାଳ ଦେଇ ଶୁଭେଚ୍ଛା ଜଣାଇଥିଲେ । ସମସ୍ତେ ସଂଗଠନକୁ ସୁଦୃଢ କରିବା ପାଇଁ ଶପଥ ନେଇଥିଲେ ।।ଶେଷରେ ସେକ୍ ଅନଓ୍ବାର ହୁସେନ ସମସ୍ତେ ଅମୂଲ୍ୟ ସମୟ ନଷ୍ଟ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନାରେ ଦୀପକ ବେହେରା,ରୂପକ ମହାନ୍ତି, ଜୀତେନ୍ଦ୍ର ଅଗ୍ରୱାଲ,ଚନ୍ଦ୍ରମୋହନ, ବିବେକାନନ୍ଦ ସାହୁ ପ୍ରମୁଖ ସହଯୋଗ କରିଥିଲେ ।ନବ ନିର୍ବାଚିତ ସଭାପତି ମନୋରଞ୍ଜନ ତିରିଆ ଏବଂ ସଂପାଦକ ପ୍ରଭାସ ଦାସ ସେମାନଙ୍କୁ ଗୁରୁ ଦାୟିତ୍ବ ଦେଇଥିବାରୁ ସମସ୍ତ ସାମ୍ବାଦିକଙ୍କୁ କୃତଜ୍ଞତା ଜଣାଇବା ସହ ଆଗାମି ଦିନରେ ତାଙ୍କର ଦାୟିତ୍ଵକୁ ନିଷ୍ଠାର ସହ ତୁଲାଇବା ସହ ସଂଗଠନକୁ ଆଗକୁ ବଢ଼ାଇବାରେ ସହଯୋଗ କରିବେ ବୋଲି କହିଥିଲେ ।

ରାଇରଙ୍ଗପୁରରୁ ଜିତେନ୍ଦ୍ର କୁମାର ଅଗ୍ରୱାଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *