ରାଇରଙ୍ଗପୁର ଷ୍ଟାଡିୟମ ରେ ସ୍ବାଧୀନତା ଦିବସ

ଫୋକସ ପ୍ଲସ(ରାଇରଙ୍ଗ)୧୫/୦୮/୨୦୨୨: ରାଇରଙ୍ଗପୁର :ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଅଧିନସ୍ତ ରାଇରଙ୍ଗପୁର କଚେରୀ ପଡିଆ ଠାରେ ଉପଖଣ୍ଡସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ରାଜ୍ୟ ସରକାରଙ୍କ କୋଭିଡ୍ ନୀୟମ ଅନୁୟାୟୀ ପାଳିତ ହୋଇଯାଇଛି Iଏଥିରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ସରୋଜ କୁମାର ଦାସ ଯୋଗ ଦେଇ ସାରା ଦେଶରେ ଆଜାଦୀକି ଅମୃତ ମହୋତ୍ସବ ପାଳନ କରିଛନ୍ତି I ଆଜି ୭୬ତମ ସ୍ବାଧୀନତା ଦିବସରେ ଓଡିଶା ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନରେ ଅନ୍ୟ ରାଜ୍ୟ ସହିତ ସମକକ୍ଷ ହୋଇପାରିଛି Iସ୍ବାଧୀନତାରେ ସହିଦ ହୋଇଥିବା ଦେଶପ୍ରେମୀମାନଙ୍କର ଗୁଣଗାନ କରିଥିଲେ I ବିଦ୍ୟାଳୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା I କୋଭିଡ୍ ଯୋଦ୍ଧା ଭାବେ ରାଇରଂଗପୁର ପୌରପାଳିକାର ଝାଡୁଦାର ଓ ରାଇରଂଗପୁର ଉପଖଣ୍ଡ ଡାକ୍ତରଖାନାର ଡାକ୍ତର,ନର୍ସ ଓ କର୍ମଚାରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା କିନ୍ତୁ ଦୁଃଖର ବିଷୟ ପୋଲିସ ପ୍ରଶାସନ ଓ ସାମ୍ବାଦିକ ମାନେ ଏକାକାର ଭାବେ ଦିନ ରାତି ଖରା ବର୍ଷ ଶୀତ କୁ ଖାତର ନକରି କଭିଡ ନିୟମ ମାନି କାର୍ଯ୍ୟରେ ଲିପ୍ତ ଥିଲେ। ଏହି ଉପଲକ୍ଷେ ରାଇରଂଗପୁର ରୋଟାରୀ କ୍ଲବ ଠାରେ ମଧ୍ୟ ସ୍ବାଧୀନତା ଦିବସରାଜ୍ୟ ସରକାରଙ୍କ କର କୋଭିଡ ନିୟମ ଅନୁଯାୟୀ ଅଳ୍ପ ସଂଖକ୍ ମେମ୍ବର୍ ରେ ପାଳିତ ହୋଇଯାଇଛି | ସେହିପରିରାଇରଙ୍ଗପୁର ର ବିଭିନ୍ନ ସରକାରୀ ଓ ବେସରକାରୀ ସ୍ତରରେ ମଧ୍ୟ ୭୬ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି |

ରାଇରଙ୍ଗପୁର ରୁ ଜିତେନ୍ଦ୍ର କୁମାର ଅଗ୍ରୱାଲ ଙ୍କ ରିପୋର୍ଟ ଫୋକସ ପ୍ଲସ |

 

Leave a Reply

Your email address will not be published. Required fields are marked *