ରାକ୍ଷୀ ପିନ୍ଧାଇ ଫେରୁଥିଲେ, ଦୁର୍ଘଟଣାରେ ହେଲା ମୃତ୍ୟୁ

ଫୋକସ ପ୍ଲସ(ନବରଙ୍ଗପୁର)୧୨/୦୮/୨୦୨୨:ଗତକାଲି ଅପରାହ୍ନ ୪ଘଣ୍ଟା ସମୟରେ ସ୍ଥାନୀୟ ଘୋଡାଘାଟ ଛକ ନିକଟରେ ଟ୍ରକ୍‌ସହ ପିଟି ହୋଇ ବିବାହିତା ଯୁବତୀଙ୍କ ମୃତ୍ୟୁ ଘଟିଛି । ଭାଇକୁ ରାକ୍ଷୀ ପିନ୍ଧାଇ ନିଜ ଗ୍ରାମକୁ ଫେରୁଥିବା ବେଳେ ବଡ ଭଉଣୀ ରଚନା ମାଝୀ(୨୩) ଟ୍ରକ୍ ଚକାତଳେ ପଡି ମୃତ୍ୟୁ ବରଣ କରିବା ଭଳି ଦାରୁଣ ଦୁଃଖ ସମସ୍ତଙ୍କୁ ମର୍ମାହତ କରିଛି । ସକାଳେ ରାକ୍ଷୀ ଧରି ସାନ ଭଉଣୀ ସହ ସ୍ୱାମୀ ଦାନ ମାଝୀ ବାଇକ୍ ଯୋଗେ ଥୁ.ରାମପୁର ସିନ୍ଧିପଦର ପଞ୍ଚାୟତର ନିଚେ ମସ୍କା ଗ୍ରାମରୁ ଭବାନୀପାଟଣା ଆସିଥିଲେ । ଭବାନୀପାଟଣାର ବିବିସି ପଡାରେ ପାଠ ପଢା ପାଇଁ ଏକ ଭଡାଘରେ ରହୁଥିବା ଭାଇ ଡମ୍ବରୁ ମାଝୀଙ୍କୁ ଭଉଣୀ ରଚନା ରାକ୍ଷୀ ପିନ୍ଧାଇ ଥିଲେ । ରାକ୍ଷୀ ପିନ୍ଧା ସାରି ସାନ ଭାଇକୁ ମିଠା ଖୁଆଇ ଆର୍ଶିବାଦ ଦେଇ ନିଜ ଗ୍ରାମକୁ ଫେରୁଥିଲେ । ଫେରିବା ବାଟରେ ଘୋଡାଘାଟ ଛକ ନିକଟରେ ଏକ ଟ୍ରକ୍ ଯାଉଥିବା ବେଳେ ହିରୋହୋଣ୍ଡା ବାଇକ୍ (ଓଡି ୦୮ କ୍ୟୁ ୫୭୪୨) ଚଳାଉଥିବା ସ୍ୱାମୀ ଦାନ ମାଝୀ ଭାରସାମ୍ୟ ହରାଇଥିଲେ ଫଳରେ ରଚନା ଟ୍ରକ୍ ଚକାତଳେ ପଡିଯାଇଥିବା ବେଳେ ସ୍ୱାମୀ ଓ ଛୋଟ ଭଉଣୀ ରାସ୍ତାର ଅନ୍ୟ ପଟେ ପଡି ବଞ୍ôଚଯାଇଥିବା ଜଣାପଡିଛି । ସଙ୍ଗେ ସଙ୍ଗେ ଭବାନୀପାଟଣା ମୁଖ୍ୟ ଡାକ୍ତର ଖାନାକୁ ସମସ୍ତଙ୍କୁ ନିଆ ଯାଇଥିଲା । ଡାକ୍ତର ଖାନାରେ ରଚନା ମାଝୀଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ସ୍ୱାମୀ ଦାନ ମାଝୀ ଡାହାଣ ଗୋଡରେ ଗୁରୁତ୍ୱର ଆଘାତ ଲାଗିଥିବା ବେଳେ ଛୋଟ ଭଉଣୀ ଖଣ୍ଡିଆ ଖାବରା ହୋଇଥିବା ଜଣାପଡିଛି । ଟାଉନ୍ ଥାନା ପୋଲିସ୍ ପହଞ୍ôଚ ଶବ ଯବତ କରିବା ସହ ମରଚ୍ୟୁରି ଶବକୁ ରଖିଛନ୍ତି । ଘଟଣା ସ୍ଥଳରୁ ଟ୍ରକ୍‌ଟି ଫେରାର୍ ହୋଇଯାଇଛି ।

ଭବାନୀପାଟଣା ରୁବିଶ୍ୱରଂଜନ ପାତ୍ର ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *