ରାଗିଙ୍ଗରେ ଚାଲିଗଲା ଆଉ ଜଣେ ନର୍ସିଂ ଛାତ୍ରୀଙ୍କ ଜୀବନ

ଫୋକସ ପ୍ଲସ (ବାଲେଶ୍ବର) ୦୮/୦୭/୨୦୨୨: ରୁଚିକା ମହାନ୍ତି ଙ୍କ ଆତ୍ମହତ୍ୟା ଉପରୁ ପରଦା ନ ଉଠୁଣୁ ପୁଣି ରାଗିଙ୍ଗ ପାଇଁ ଚାଲିଗଲା ଆଉ ଏକ ଜୀବନ ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲାରେ ।ବାଲେଶ୍ବର ଜିଲ୍ଲା ସୋର ଥାନା ସବିରା ଅଞ୍ଚଳର ଗଙ୍ଗାଧର ବେହେରାଙ୍କ ଝିଅ ଲିପ୍ସା ରାଣି ବେହେରା ବାଲେଶ୍ବର ସ୍ଥିତ ଜ୍ୟୋତି ହସ୍ପିଟାଲରେ ନର୍ସିଂ ର ପ୍ରଥମ ବର୍ଷର ଛାତ୍ରୀ ଥିଲେ । ଗତ ମଙ୍ଗଳବାର ରାତିରେ ଗଙ୍ଗାଧରଙ୍କ ନିକଟକୁ କଲେଜ ତରଫରୁ ଝିଅ ଗୁରୁତର ଅଛି ଶିଘ୍ର ଜ୍ୟୋତି ହସ୍ପିଟାଲ୍ ରେ ପହଞ୍ଚିବାକୁ ଫୋନ ଆସିଥିଲା । ପରିବାର ଲୋକ ପହଞ୍ଚିବା ପରେ ଝିଅ ଗୁରୁତର ଥିବାରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍ କୁ ସ୍ଥାନାନ୍ତର କରିଥିଲେ । ଆଜି ଚିକିତ୍ସାଧିନ ଅବସ୍ଥା ରେ ଝିଅ ମୃତ୍ୟୁବରଣ କରିଥିବା ବେଳେ ଝିଅକୁ ହତ୍ୟା କରାଯାଇଥିବା କିମ୍ବା ରେଗିଂ ପାଇଁ ଆତ୍ମହତ୍ଯା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି |

ବାଲେଶ୍ବର ରୁ ପ୍ରମୋଦ ରାଉତଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *