ରାଜଧାନୀ ରେ ପୁଣି ବୋମା ମାଡ ||FocusPlus

ଫୋକସ ପ୍ଲସ 26/12/2022(ଭୁବନେଶ୍ୱର): ରାଜଧାନୀ ଭୁବନେଶ୍ୱରରେ ବୋମା ମାଡ଼ । ସହିଦନଗରର ଏକ ଜୋତା ସୋ-ରୁମ୍‌ ଉପରକୁ ବୋମା ମାଡ଼ କରିଛନ୍ତି ଦୁର୍ବୃତ୍ତ । ଦୁର୍ବୃତ୍ତମାନେ ଗତକାଲି ରାତି ପ୍ରାୟ ସାଢେ ୯ଟା ବେଳକୁ ବୋମା ଫିଙ୍ଗି ଆତଙ୍କ ଖେଳାଇ ଦେଇଥିଲେ। ସୋ-ରୁମ୍‌ ଉପରକୁ ବୋମା ପକାଇବା ସହ ଏହାର କର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲେ। ଜୀବନରୁ ମାରିଦେବାକୁ ଧମକ ମିଳିଥିବା ସହିଦନଗର ଥାନାରେ ଅଭିଯୋଗ ହୋଇଛି ।ଘଟଣା ବେଳେ ଭୟରେ ୧୫ ମିନିଟ୍‌ ଧରି ସୋରୁମ୍‌ ଭିତରେ ଲୁଚି ରହିଲେ କର୍ମଚାରୀ ।ସୋ-ରୁମ୍‌ର ମାଲିକ ସିକିମ୍‌ ଯାଇଥିବାବେଳେ ଏହି ଘଟଣା ଘଟିଛି ।ରାତି ପ୍ରାୟ ସାଢେ ୯ଟା ବେଳକୁ ୨ଟି ବାଇକ୍‌ରେ ୫ଜଣ ଦୁର୍ବୃତ୍ତ ଆସି ବୋମାମାଡ କରିଥିଲେ। ସୋ-ରୁମ୍‌ ବନ୍ଦ କରୁଥିବା ବେଳେ କର୍ମଚାରୀଙ୍କୁ ଗାଳି ଗୁଲଜ କରିବା ସହ ପଥର ଫିଙ୍ଗିଥିଲେ। ବୁଲେଟ୍‌ରେ ବସିଥିବା ଦୁଇ ଜଣଦୁର୍ବୃତ୍ତ ଏକ ସୁତୁଲି ବୋମା ଫିଙ୍ଗିବାରୁ ସୋରୁମ୍‌ରେ ଅନେକ କ୍ଷତି ହୋଇଛି ।ସୂଚନା ଅନୁଯାୟୀ ସହିଦନଗର ଥାନା ପୋଲିସର ଏକ ଟିମ୍‌ ତନାଘନା କରିବା ସହ ବୋମାର ଟୁକୁଡା ସବୁ ଜବତ କରିଛି । କିଛି ଦିନ ତଳେ ଦୋକାନ ସାମ୍ନାରେ ଗ୍ରାହକଙ୍କୁ ହଇରାଣ କରୁଥିବାରୁ ସୋ-ରୁମ୍‌ ମାଲିକଙ୍କ ପୁଅ ଏବଂ କିଛି ଅସାମାଜିକ ଯୁବକଙ୍କର ବିବାଦ ହୋଇଥିଲା ।ଏଡାକୁ ନେଇ ସଂପୃକ୍ତ ଯୁବକମାନେ ବୋମା ଫିଙ୍ଗିଥିବା ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *