ରାଜନୈତିକ ହିସାଂରେ ଯୁବକଙ୍କ ହତ୍ୟା I

ଫୋକସ ପ୍ଲସ 3/4(ଗଞ୍ଜାମ): ରାଜନୈତିକ ହିସାଂରେ ଯୁବକଙ୍କ ହତ୍ୟା ଘଟଣା କୁନେଇ ପୋଲସରା ପୋଲିସ୍ ର ସାମ୍ବାଦିକ ସମ୍ମିଳନୀ ।ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଈଲାକାରେ ହୋଲି ପୂର୍ବ ଦିନ ଘଟିଯାଇଥିଲା ଏକ ଅଭାବନୀୟ ଘଟଣା। ରାଜନୈତିକ ହିଂସା ପୂର୍ଵ ଶତ୍ରୁତାକୁ ନେଇ ମୁକ୍ତାମାଳାଦେଇ ପୁର ଶାସନ ଗ୍ରାମର ଅମିତ ଆଚାର୍ଯ୍ଯ ହୋଲି ପୂର୍ବ ରାତ୍ର ସମୟରେ ସେ ବନ୍ଥପଲ୍ଲୀ ନିଜ ଗାଁ ମୁହାଁ ହୋଇ ଫେରୁଥିବା ବାଟରେ ତାଙ୍କୁ କିଛି ଦୁର୍ବୁତ୍ତ ଗୋଡ଼ାଇ ଗୋଡ଼ାଇ ହତ୍ଯା କରିଥିଲେ।। ସୂଚନା ମୂତାବକ ବିଜେଡି ଓ ବିଜେପି ମଧ୍ୟରେ ତିକ୍ତତା ଲାଗି ରହିଥିଲା । ଯାହାକି ବିଜେଡି ର ଆଗ ଧାଡିର କର୍ମି ଭାବେ ଅମିତ କାର୍ଯ୍ଯ କରି ଆସୁଥିଲେ । ହେଲେ ପୂର୍ବ ଶତ୍ରୁତାକୁ କୁ ନେଇ ଅମିତଙ୍କୁ ହତ୍ଯା କରାଯାଇଥିବା ଘଟଣା ର ତଦନ୍ତ ହେବା ପରେ ଆଜି ପୋଲସରା ଥାନା ରେ ପୋଲିସ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଥିଲା । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଠାକୁର ପ୍ରଶାଦ ପାତ୍ର ତିନି ଜଣ ହତ୍ଯା କାରି ଙ୍କ ନାମ ପ୍ରକାଶ କରିଛନ୍ତି । ହତ୍ଯା କାରିମାନେ ହେଲେ ତପନ ଆଚାର୍ଯ୍ଯ,ପାପିନି ଗୌଡ, ରଞ୍ଜନ ବେହେରା , । ହତ୍ୟାକାରୀ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲସରା ପୋଲିସ। ଅମିତ ଙ୍କୁ ହତ୍ଯା କରାଯାଇଥିବା ର ଗୋଟିଏ ଛୁରି ମଧ୍ଯ ଆଜି ପୋଲିସ୍ ଘଟଣା ସ୍ଥଳରୁ ଜବତ କରିଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର।

Leave a Reply

Your email address will not be published. Required fields are marked *