ରାଜସ୍ୱ ଅଧିକାରୀ ଙ୍କୁ ଘାରିଛି ଉତୁପାତିଆ ଇଟା ବେପାରୀଙ୍କ ଭୟ

ଫୋକସ ପ୍ଲସ 9/3/2023(ବିଂଝାରପୁର): ଚିଲିଛି ବେଧଡ଼କ ଇଟା ବେପାର। ପୁଣି ରାସ୍ତା କଡ଼ ଆଉ ଗାଁ ମୁଣ୍ଡ ରେ। ତାତି ବଢିବା ସାଙ୍ଗ କୁ ଇଟା ଭାଟି ଗୁଡିକ ର ସଂଖ୍ୟା ବଢି ବାରେ ଲାଗିଛି। ହେଲେ ଇଟା ବେପାରିଙ୍କୁ ଆୟତ୍ତ କରି ପାରୁନାହିଁ ରାଜସ୍ୱ ବିଭାଗ। କାହିଁକି କି ନା ଏ ହେଉଛି ଖୋଦ ରାଜସ୍ୱ ମନ୍ତ୍ରୀ ଙ୍କ ନିଜ ଅଞ୍ଚଳ। ଆଉ ନିଜ ଅଞ୍ଚଳ ର ଉତ୍ତରକୁଳ ପଂଚାୟତ ରେ ଚାଲି ଥିବା ଇଟା ଭାଟି ଓ ଇଟା ବେପାର ର ଦୁର୍ସ୍ୟ। ବିନା କାଗଜ ପତ୍ର ରେ ଚାଲୁଛି ବେଧକ ଇଟା ଭାଟି।ସେଥିଲାଗି ରାଜସ୍ୱ ବିଭାଗ ଠାରୁ ଗୋଟିଏ ପାଦ ଆଗରେ ବେଧଡକ ଇଟା ବେପାରୀ। ଆଉ ଇଟା ବେପାରୀଙ୍କ ଉତ୍ପାତ ଭୟ ରେ ହାତ ବାନ୍ଧି ବସିଛନ୍ତି ରାଜସ୍ୱ ଅଧିକାରୀ। ଏ କଥା ଆମେ କହୁନୁ କହୁଛନ୍ତି ଖୋଦ ପ୍ରିତିପୁର ଆର ଆଇ ଅନିତା ସାମାଡ଼।
ଆଉ ଦିନ ଦୁଇ ପହର ଦିବା ଲୋକ ରେ ରାଜସ୍ୱ କୁ ନିଲାମ କରିବାକୁ ଟିକିଏ ପଛ ଘୁଞ୍ଚା ଦେଉନାହାନ୍ତି ଉତପାତିଆ ଇଟା ବେପାରୀ। କହିବାକୁ ଗଲେ ବିଂଝାରପୁର ରାଜସ୍ୱ ବିଭାଗ କୁ ଘାରିଛି ଉତ୍ତପାତିଆ ଇଟା ବେପାରୀ ଙ୍କ ଭୟ। କେବେ ହେବ ଏହା ଉପରେ କାର୍ଯ୍ୟାନୁଷ୍ଠାନ।

Leave a Reply

Your email address will not be published. Required fields are marked *