ଫୋକସ ପ୍ଲସ(ଯାଜପୁର)୧୨/୦୮/୨୦୨୨: ନିଘୋଡ଼ ନିଦ୍ରା ରେ ଯାଜପୁର ଜିଲ୍ଲା ପ୍ରଶାସନ। ଚେଇଁ ଶୋଇଛି ଜିଲା ର ରାଜସ୍ଵ ବିଭାଗ , ସବୁ ଦେଖି କିଛି ନଦେଖିଲା ପରି ଅଭିନୟ କରୁଛନ୍ତି ଯାଜପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ। ବୋଟ ସାହାଯ୍ୟ ରେ ଖରସ୍ରୋତା ର ଗର୍ଭ ଉଠାଯାଉଛି ଟ୍ରିପ ଟ୍ରିପ ବେଆଇନ ବାଲି । କୋଟି କୋଟି ଟଙ୍କାର ନିର୍ମିତ ଦୁଇ ଦୁଇଟି ବ୍ରିଜ ଏବେ ବିପଦ ରେ। କାହିଁକି ଏସବୁ କୁ ଅଣଦେଖା କରୁଛନ୍ତି ବ୍ରିଜ ନିର୍ମାଣ ବିଭାଗ ର ଅଧିକାରୀ ମାନେ। ଏ ଦୁର୍ସ୍ୟ ହେଉଛି ଯାଜପୁର ତହସିଲ ଅଧିନ କମଳପୁର ରୁ ଦେବିଲ ଓ ବନ୍ଧମୁଣ୍ଡା ରୁ ରାୟପୁର କୁ ସଂଯୋଗ କରୁଥିବା ଖରସ୍ରୋତା ବ୍ରିଜ। ଯାହାକି ଦଶ ଗୋଟି ପଞ୍ଚାୟତ ର ଜୀବନ ରେଖା ପାଲଟି ଥିବା ଏ ଦୁଇଟି ବ୍ରିଜ ଏବେ ବିପଦ ରେ। ବାରମ୍ବାର ବିଭିନ୍ନ ଗଣମାଧ୍ୟମ ରେ ଏସବୁ ପ୍ରକାଶ ପାଉଥିଲେ ସୁଦ୍ଧା ନିଦା ବିଷ୍ଣୁ ସାଜିଛି ଏଠି ଜିଲ୍ଲା ରାଜସ୍ବ ବିଭାଗ। ଓଡିଶା ସରକାରଙ୍କ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଳିକ ଓ ଯାଜପୁର ର ନବନିର୍ମାତା କୁହାଯାଉଥିବା ବିଧାୟକ ତଥା ରାଜ୍ୟ ବିଜୁଜନତା ଦଳ ର ସାଙ୍ଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସ ଙ୍କ ନିଜ ଅଞ୍ଚଳ ଯାଜପୁର ରେ ବାଲି ମାଫିଆଙ୍କ ଦୌରାତ୍ମ ଓ ପ୍ରସାସନ ର ନୀରବତା କୁ ନେଇ ଯେତେବେଳେ ପ୍ରଶ୍ନ ଉଠିଛି ଅନ୍ୟ ଜିଲ୍ଲା ମାନଙ୍କ ରେ ଦୃଶ୍ୟ ପଟ କଣ ଥାଇପାରେ ତାହା ବେଶ ଅନୁମାନ କରହେବ।
ଯାଜପୁର ରୁ ଶୁଭକାନ୍ତ ଦାସ ଙ୍କ ରିପୋର୍ଟ ଫୋକସ ପ୍ଳୋସ |