ରାଜ୍ୟରେ କମିବ ଲଘୁଚାପ ର ପ୍ରଭାବ

ଫୋକସ ପ୍ଲସ(ବ୍ୟୁରୋ) ୧୩/୦୯/୨୦୨୨: ରାଜ୍ୟରେ ଲଘୁଚାପ ଘନୀଭୂତ ହେବା ଫଳରେ ଆଭ୍ୟନ୍ତରୀଣ କିଛି ଜିଲ୍ଲାରେ ୧୦, ୧୧ ତାରିଖରେ ଲାଗାଣ ବର୍ଷା ଲାଗିରହିଥିଲା |୧୨ ତାରିଖରେ ପାଗ ଆଂଶିକ ଶୁଖିଲା ରହିବ ନେଇ ପାଣିପାଗ ବିଭାଗ ସୂଚନା ଦେଇଥିଲେ | ତେବେ ଆଜିଠୁ ରାଜ୍ୟରେ କମିବ ବର୍ଷାର ପରିମାଣ |  ଲଘୁଚାପ ମଧ୍ୟପ୍ରଦେଶ ଆଡକୁ ଯିବା ପରେ କମିଲା ପ୍ରଭାବ l ଆଜି ଠାରୁ ରାଜ୍ୟରେ କମିବ ଲଘୁଚାପ ବର୍ଷାର ପରିମାଣ ସୂଚନା ଦେଲେ ପାଣିପାଗ ବିଭାଗ | ମାତ୍ର ସକ୍ରିୟ ମୌସୁମୀ ଯୋଗୁଁ ୨ ଦିନ ଯାଏଁ କିଛି ଅଞ୍ଚଳରେ ହୋଇପାରେ ବର୍ଷା | ୧୮ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା |

Leave a Reply

Your email address will not be published. Required fields are marked *