ରାଜ୍ୟରେ ବଢିବନି ବିଦ୍ୟୁତ ଦର

ଚଳିତ ବର୍ଷ ବଢିବନି ବିଦ୍ୟୁତ ଶୁଳ୍କ l ଏକ ସାମ୍ବାଦିକ ସମ୍ମିଳନୀ ରେ ଓଡିଶାବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି )ର ସଚିବ ପ୍ରିୟବ୍ରତ ପଟ୍ଟନାୟକ କହିଛନ୍ତି ଯେ 2022-23 ଆର୍ଥିକ ବର୍ଷ ପାଇଁ ଅପରିବର୍ତ୍ତିତ ରହିବ ଖୁଚୁରା ଶୁଳ୍କ l ସେ କହିଛନ୍ତି ଯେ 50 ୟୁନିଟ ପଯ୍ୟନ୍ତ ବ୍ୟବହାର ପାଇଁ ୟୁନିଟ ପିଛା 3 ଟଙ୍କା ଲେଖାଏଁ ଆଦାୟ କରାଯିବ l 50 ରୁ 200 ୟୁନିଟ ପାଇଁ ୟୁନିଟ ପିଛା 4 ଟଙ୍କା 80ପଇସା ,200 ରୁ 400 ୟୁନିଟ ପାଇଁ ୟୁନିଟ ପିଛା 5 ଟଙ୍କା 80 ପଇସା ଓ 400 ୟୁନିଟ ରୁ ଅଧିକ ହେଲେ ୟୁନିଟ ପିଛା 6 ଟଙ୍କା 20 ପଇସା ଶୁଳ୍କ ଆଦାୟ କରାଯିବ l ଏହାଛଡା ଡିଜିଟାଲ ପେମେଟ ପାଇଁ 3 ପ୍ରତିଶତ ରିହାତି ମିଳିବ l

Leave a Reply

Your email address will not be published. Required fields are marked *