ରାଜ୍ୟ ବାହାର ଆସୁଥିବା ୨ଟି ଚୋରା ଗାଡି ଜବତ

ଫୋକସ ପ୍ଲସ(କୋଣାର୍କ)୩/୦୯/୨୦୨୨:ଛତିଶଗଡ ରାଜ୍ୟ ରୁ ଆସିଥିବା ୨ ଟି ଖାଦ୍ୟ ବୋଝଇ ଟ୍ରକ କୁ ଜବତ କଲା କାକଟପୁର ପୋଲିସ, ସୁଚନା ମୁତାବକ ଛତିଶଗଡ ରୁ ଅନେକ ଦିନ ହେଲା ବିଭିନ୍ନ ମିଲ୍ଲ ରୁ ଗହମ, ଚାଉଳ, ଡାଲି ଓ ଅନାନ୍ୟ ଖାଦ୍ୟ ଶସ୍ୟ ସାମଗ୍ରୀ ଆଣି ନମ୍ବର ପ୍ଲେଟ ବଦଳାଇ ଓଡିଶା ର ବିଭିନ୍ନ ସ୍ଥାନ ରେ କଳାବଜାରୀ କରାଯାଉଥିଲା, ଯାହାର ସୂଚନା ଛତିଶଗଡ ପୋଲିସ ପାଖରେ ଥିଲା, ଗତ ୨୨ ତାରିଖ ରେ ଛତିଶଗଡ ଭାଟାପୋର ଅଞ୍ଚଳ ରୁ ୧୮ଲକ୍ଷ ଟଙ୍କାରୁ ଅଧିକ ଖାଦ୍ୟ ସାମଗ୍ରୀ ଆଣି ଓଡିଶା ଆସିଥିଲେ କିନ୍ତୁ ପ୍ରକୃତ ସ୍ଥାନରେ ଜିନିଷ ପହଞ୍ଚି ନଥିଲା ଯାହାକୁ ନେଇ ଉକ୍ତ ବ୍ୟବସାୟୀ ଛତିଶଗଡ ର ଉକ୍ତ ଥାନାରେ ଅଭିଯୋଗ କରିଥିଲେ ଓ ଓଡିଶା ର ପୁରୀ, ଭୁବନେଶ୍ୱର, କଟକ ଅଞ୍ଚଳ ପୋଲିସ କୁ ମଧ୍ୟ ସୂଚନା ଦେଇଥିଲେ, ଗତକାଲି ଛତିଶଗଡ ପୋଲିସ GPS ଟ୍ରାକ କରିବା ପରେ ଜାଣିବାକୁ ପାଇଥିଲେ କାକଟପୁର ଅଞ୍ଚଳ ରେ ଗାଡ଼ି ଥିବା ସୂଚନା ପାଇବା ପରେ କାକଟପୁର ଥାନାର ସହାୟତା ନେଇ କାକଟପୁର ବିଭୁତିପୁର ରୁ ଦୁଇଟି ଗାଡି ଓ ଡ୍ରାଇଭର ଙ୍କୁ ଅଟକ ରଖିଥିଲା ପରେ ଛତିଶଗଡ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଯାଞ୍ଚ କରି ଉକ୍ତ ବ୍ୟକ୍ତି ଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଖାଦ୍ୟ ସାମଗ୍ରୀ ଜବତ କରିଛନ୍ତି।

ପୁରୀ ଜିଲ୍ଲା କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ର ଙ୍କ ରିପୋର୍ଟ ଫୋକସ୍ ପ୍ଲସ |

Leave a Reply

Your email address will not be published. Required fields are marked *