ରାଜ୍ୟ ସ୍ତରୀୟ କ୍ରାସ ଇଂଭେସ୍ଟିଗେସନ ଟ୍ରେନିଂ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଫୋକସ ପ୍ଳସ 07/04( ବ୍ରହ୍ମପୁର):   ଆଜି ବ୍ରହ୍ମପୁର ଟାଉନ ହଲ ପରିସରରେ ଦୁର୍ଘଟଣା ଜନିତ କାରଣ ସନ୍ଧାନ ବିଷୟକୁ ନେଇ ରାଜ୍ୟ ସ୍ତରୀୟ କ୍ରାସ ଇଂଭେସ୍ଟିଗେସନ ଟ୍ରେନିଂ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପରିବହନ ବିଭାଗ ଓ ପୋଲିସ ବିଭାଗ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କର୍ମଶାଳାରେ ଦକ୍ଷିଣାଅଞ୍ଚଳ ଆଇ ଜି ପି ସତ୍ୟବ୍ରତ ଭୋଇ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର କମିଶନରେଟ ଡା ସିଧେସ୍ୱର ବଳିରାମ ବନ୍ଦ।ରେ, ଗଂଜାମ ଏସପି ବ୍ରିଜେଶ ରାୟ, ବ୍ରହ୍ମପୁର ଏସପି ପିନାକ ମିଶ୍ର ଯୋଗଦେଇଥିଲେ।

କେଉଁ କାରଣରୁ ସଡ଼କ ଦୁର୍ଘଟଣା ଘଟୁଛି ତାର ପ୍ରକୃତ କାରଣ ଓ ଏହାର ନିରାକରଣ ଉପରେ ଏହି କର୍ମଶାଳାରେ ଚର୍ଚ୍ଚା ହୋଇଥିବାବେଳେ ଆଗକୁ କିଭଳି ଏହାକୁ ସମାଧାନ କରଯାଇ ପାରିବ ସେ ଉପରେ ଚର୍ଚ୍ଚା ହୋଇଥିଲା।

Leave a Reply

Your email address will not be published. Required fields are marked *