ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ର ତୃତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ “ସୀମା”ଯୋଗଦେଲେ କନ୍ଧମାଳ ଓ ଝାଡ଼ଖଣ୍ଡ ର କଳାକାର

କନ୍ଧମାଳ: ଷଷ୍ଠ ରାଜ୍ୟ ସ୍ତରୀୟ ନାଟକ ଉତ୍ସବ ରେ ଅନ୍ତରଙ୍ଗ ନାଟକ “ସୀମା” ମଞ୍ଚସ୍ଥ l ଓଡ଼ିଶା ର ପ୍ରତିଷ୍ଠିତ ନାଟ୍ୟ ଅନୁଷ୍ଠାନ ନାୟିକା ର ୧୮ତମ ପ୍ରତିଷ୍ଠା ଦିବସ ସମାରୋହରେ ବାଲେଶ୍ଵର ସ୍ଥିତ ଗାନ୍ଧୀ ସ୍ମୃତି ଭବନ ରେ ଆୟୋଜିତ ନାଟକ ଉତ୍ସବ ର ତୃତୀୟ ସନ୍ଧ୍ୟା ରେ ବିଶିଷ୍ଟ ନାଟ୍ୟକାର ତଥl ନାଟ୍ୟ ନିର୍ଦ୍ଦେଶକ ଏବଂ ଅନନ୍ୟ ସାଂସ୍କୃତିକ ଅନୁଷ୍ଠାନ ନାଟ୍ୟଚେତନା ର ପ୍ରତିଷ୍ଠାତା ସୁବୋଧ ପଟ୍ଟନାୟକ ଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ଉପସ୍ଥିତ ଦର୍ଶକ ଙ୍କୁ ବିଭୋର କରିଥିଲl l ହିନ୍ଦୀ ଭାଷାରେ ରଚିତ ଏହି ‘ନାଟକ ପୂର୍ବରୁ ନାଟ୍ୟଗ୍ରାମ୍ୟ ପକ୍ଷରୁ ୨୩ତମ ଲୋକ ନାଟକ ମେଳା ରେ ମଞ୍ଚସ୍ଥ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି l
ଏହି ନାଟକ ୧୫ ତାରିଖ ଦିନ କଲିକତାରେ ଆୟୋଜିତ ଜାତୀୟ ସ୍ତରୀୟ ନାଟକ ପ୍ରତିଯୋଗିତା ରେ ସାମିଲ କରି ଓଡ଼ିଶା ପାଇଁ ପ୍ରତିନିଧିତ୍ଵ କରୁଛି ନାଟ୍ୟଚେତନା l ଝାଡ଼ଖଣ୍ଡ ର ଆଦିବାସୀ ଯୁବକ ଯୁବତୀ ଓ କନ୍ଧମାଳ ର ପ୍ରକୃତି କୋଳରେ ଅତି ନିକଟ ରେ ବସବାସ କରୁଥିବା ଉପାନ୍ତ ଅଞ୍ଚଳ ର ଆଦିମ ଜନଜାତି ର ଯୁବକ ଯୁବତୀ ଙ୍କୁ ନେଇଁ ଏହି ନାଟକ ନିର୍ମାଣ କରାଯାଇଛି l ଏହି ନାଟକ ରେ ଜନଜାତି ଙ୍କ ଜଙ୍ଗଲ ଜମି ଅଧିକାର ସମ୍ପର୍କ ରେ ପୃଷ୍ଠଭୂମି ରହିଛି l କନ୍ଧମାଳ ର ଯୁବନାଟ୍ୟ କାର ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନାଙ୍କ ନେତୃତ୍ବରେ ବାଲିଗୁଡ଼ା ଅଞ୍ଚଳ ର ସାତଜଣ କଳାକାର ଏଥିରେ ଅଂଶ୍ରହଣ କରିବାର ସୁଯୋଗ ପାଇଛନ୍ତି l ଏହି ନାଟକ ରେ ସାନ୍ତାଳୀ କୁଇ ଓ କୋଶଳୀ ଭାଷାଭାଷୀ ରେ ସଙ୍ଗୀତ ଓ ନୃତ୍ୟ ସହ ସଂଳାପ ଦର୍ଶକ ଶୁଣି ଏବଂ ଅଭିନୟ ଦେଖି ଉଚ୍ଚ ପ୍ରଶଂସା କରିଛନ୍ତି l ବିଭିନ୍ନ ଭୂମିକାରେ ମନୋଜ ଶୁଭଶ୍ରୀ ନୀଳାମ୍ବର ସୁଜାତା ରାହୁଲ ରମେଶ ଦୁଲାରୀ ଆସନା ବିକାଶ ଆମ୍ବେଦକର ଶକ୍ତି ମାନ ଗାୟତ୍ରୀ ଏବଂ ଅକ୍ଷୟ ଅଭିନୟ କରିଥିବା ବେଳେ ବରିଷ୍ଠ ମଞ୍ଚ କଳାକାର ନୀଳାମ୍ବର ସହ ନିର୍ଦ୍ଦେଶନା ଦାୟିତ୍ଵ ରେ ଥିଲେ l ନାଟ୍ୟକାର ତଥା ନିର୍ଦ୍ଦେଶକ ସୁବୋଧଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ନାଟ୍ୟ ଚେତନା ଦ୍ଵାରା ପ୍ରଯୋଜିତ ଏହି ଥିଏଟର ଭାରତୀୟ ଥିଏଟର ଶୈଳୀ ରେ ନିର୍ମିତ ହେଇଥିବାରୁ ଏହାର ସ୍ଵତନ୍ତ୍ରତା ରହିଥିବା ରୁ ଦିନକୁ ଦିନ ଜନାଦୃତ ବଢୁଛି l

Leave a Reply

Your email address will not be published. Required fields are marked *