ରାତି ଅଧରେ କିଏ ଲଗାଇଲା ନିଆଁ?

ଭଦ୍ରକ,ଭଣ୍ଡାରୀପୋଖରୀ14/01/2024: ହେ ଭଗବାନ୍ ଦୁଃଖି କୁଏତେ ଦୁଃଖ ଦିଅ କଣ ପାଇଁ ଜଣେ ଦିନ ମଜୁରୀଆ ତାର ମୁଣ୍ଡ ଝାଳ ତୁଣ୍ଡରେ ମାରି ଖରା, ବର୍ଷା, ଶୀତ କାକର ଖାଇ ଧାର ଉଦ୍ଧାର କରି ଚାଷ କରି ନିଜ ବାପା, ମା,ସ୍ତ୍ରୀ ଓ ପିଲା ଛୁଆ ମାନଙ୍କ ପେଟକୁ ଦିନ କୁ ଦି ଓଳିଦାନା ଦେବ କେତ ଖୁସି ହୋଇ ବର୍ଷ ଜାକର ଆହାର ଗଣ୍ଡାକୁ ବିଲ ରୁ କାଟି ନିଜ ମୁଣ୍ଡ ରେ ମୁଣ୍ଡାଇ ବୋହି ଆଣି ନିଜ ଖଳା ରେ ଗଦା ମାରି ରଖି ଥିଲା ସେ ଥିଲା ତାର ବର୍ଷ ସାରା ର ସମ୍ବଳ ଚାଉଳ କଲେ ବର୍ଷ ସାରା କୁନି କୁନି ପିଲା ଛୁଆ ଙ୍କ ପେଟକୁ ଗଣ୍ଡେ ଦାନ ଯିନ ଆଉ ବାକି ଯାହା ବଳିବ ଧାର ଉଦ୍ଧାର କରି ଆଣି ଚାଷ କରି ଥିଲା ତାକୁ ସୁଝିବ ହେଲେ ଦଇବ ସହିଲା ଦାଉ। ହଁ ଆଜ୍ଞା ଆମେ କହୁଛୁ ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ବ୍ଲକ ଅନ୍ତର୍ଗତ ଦକ୍ଷିଣ ବାଡ଼ ଗ୍ରାମ ପଞ୍ଚାୟତ ଉତ୍ତର ବାଡ଼ଗ୍ରାମ ର ଧରଣୀ ଜେନା ଙ୍କ କଥା ଧରଣୀ ଜେନା ଅତ୍ୟନ୍ତ ଗରିବ ଓ ଦିନ ମଜୁରିଆ ଜମି କହିଲେ ପାଞ୍ଚ ଛ ଗୁଣ୍ଠୁ ଗାଁ ର ଲୋକ ମାନ ଙ୍କ ଠାରୁ ଭାଗ ଚାଷ କରି ଚଳନ୍ତି। ପରିବାର କହିଲେ ବୁଦ୍ଧ ବାପା ମା ସ୍ତ୍ରୀ ଓ କୁନି କୁନି ଝିଅ ତିନୋଟି ତାଙ୍କର ତେଲ ଲୁଣ ର ସଂସାର ଦୁଃଖେ କଷ୍ଟେ ଚଳି ଯାଏ।ସବୁ ଦିନ ପରି ରାତିରେ ଖାଇ ପିଇଧରଣୀ ଓ ତାଙ୍କ ପରିବାର ଲୋକେ ମାନେ ଶୋଇ ଥିଲେ ରାତି ଦୁଇଟା ରେ ଶୁଭିଲା ପାଟି ନିଦ ରୁ ଧଡପଡ ହୋଇ ଉଠି ଖଳା ଆଡ଼କୁ ଦୌଡ଼ିଲେ ଆଉ ଯାହା ଦେଖିଲେ ପାଦ ତଳୁ ସତେ ଯେମିତିମାଟି ଖସି ଗଲା ବର୍ଷ ଯାକର ସମ୍ବଳ ତକ ହୁ ହୁ ହୋଇ ତାଙ୍କ ଆଖି ଆଗରେ ଜଳି ପୋଡ଼ି ପାଉଁଶ ହୋଇ ଗଲା ଗ୍ରାମର ସବୁ ଲୋକ ମାନେ ଦୋଉଡା ଦୌଡ଼ି ହୋଇ ନିଆଁ କୁ ଲିଭାଇବାକୁ ଚେଷ୍ଟା କରୁଛନ୍ତିତ କିଏ ଦମକଳ ବାହିନୀ କୁ ଫୋନ୍ କରୁଛନ୍ତି କାରଣ କିଏ ଜଣେ ଦୁର୍ବୃତ୍ତ ଆକ୍ରୋଶ ମୂଳକ ଭାବେ ରାତି ଅଧ ରେ ତାଙ୍କ ଧାନ ଗଦା ରେ ନିଆଁ ଲଗାଇ ଦେଇଛନ୍ତି। ଆସନ୍ତୁ ଶୁଣିବା କଣ କହୁଛନ୍ତି ତାଙ୍କ ସ୍ତ୍ରୀ ଓ ଗ୍ରାମ ବାସୀ।
ଶୁଣି ଲେ ତ ଦର୍ଶକ ବନ୍ଧୁ। ହଁ ଆଜ୍ଞା ଅର୍ଣ୍ଣ ହେଲା ସାକ୍ଷାତ ମା ଲକ୍ଷ୍ମୀ ଏଭଳି ଅର୍ଣ୍ଣ କୁ ନିଆଁ ଲଗାଇ ଦେଇ ପୋଡ଼ିଦେବା ଟା କେତେ ଯୁକ୍ତି ଯୁକ୍ତ ଆଜ୍ଞା ଏହି ଅର୍ଣ୍ଣ ପାଇଁ କିଏ ବା କଣ ନ କରୁଛି । କାହିଁ ଚେନ୍ନାଇ ତ ଦିଲ, ବମ୍ବେ, ପୁଣି ଗୁଜୁରାଟ ଦାଦନ ଖଟିବାକୁ ଯାଉଛନ୍ତି, ପୁଣି ଚୋରି ପାଖରୁ ରାହାଜାନୀ ଏମିତିକି ହତ୍ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି।ଏହି ପେଟ ଚାଖଣ୍ଡକ ପାଇଁ ?ଏଭଳି କାମ ଯିଏ ଘଟାଇଛି ତାକୁ କଠୋର ଶାସ୍ତିଦେବା ପାଇଁ ଗ୍ରାମ ବସି ମାନେଦାବି କରିଛନ୍ତି। ଦେଖିବାକୁ ବାକି ରହିଲା ଦୁଃଖି ଦିନ ମଜୁରିଆ ଧରଣୀ ଧର ଜେନା ଙ୍କୁଭଣ୍ଡାରି ପୋଖରୀ ତହସିଲ ଦାର ହୁଅନ୍ତୁ କି ଭଣ୍ଡାରି ପୋଖରୀ ବିଡ଼ିଓ ବା ଭଦ୍ରକ ଜିଲ୍ଲା ପ୍ରଶାସନ ଧରଣୀ ଧର ଜେନା ଙ୍କ କୁନି କୁନି ପିଲା ଓ ସ୍ତ୍ରୀ ଙ୍କ ସହ ବୃଦ୍ଧ ବୃଦ୍ଧା ବାପା ମା ଙ୍କୁ ଖାଇବା କୁ ଯୋଗାଇ ଦେବା ସହ ଏ ଦିଗରେ କି ପ୍ରକାର ପଦକ୍ଷେପ ଗ୍ରହଣ କରିନ୍ୟାୟ ପ୍ରଦାନ କରୁଛନ୍ତି।

Leave a Reply

Your email address will not be published. Required fields are marked *