ରାତି ଅଧରେ ବୁଲିଲା ଖଣ୍ଡା

ଫୋକସ ପ୍ଲସ(ତାଳଚେର)୧୭/୦୮/୨୦୨୨: ତାଳଚେରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ବିଲମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଦୁଇଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ବିଲମ୍ବିତ ରାତିରେ ତାଳଚେର କାରିଗରପଡାର 8 ନମ୍ବର ୱାର୍ଡରେ ଭୈରବୀ ସାହିର କିଛି ଯୁବକ ଆସି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ପାଟିତୁଣ୍ଡ କରିଥିଲେ । ତେବେ ସାହିର କିଛି ଯୁବକ ସେମାନଙ୍କୁ ବାରଣ କରିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଭୈରବସାହିର କିଛି ଯୁବକ ଆସି ହଠାତ ଖଣ୍ଡା , ହକି ଷ୍ଟିକ ଆଦି କାଢି ଆକ୍ରମଣ କରିଥିଲେ । ସାହି ଯୁବକ ମାନଙ୍କୁ ଆକ୍ରମଣ କରିବା ସହ ସେଠାରେ ଥିବା ଗାଡି ମୋଟର ଭଙ୍ଗାରୁଜା କରିଥିଲେ । ଏମାନଙ୍କ ଆକ୍ରମଣରେ ସାହିର ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ କିଛି ସାମାନ୍ୟ ଆହତ ହୋଇଛନ୍ତି । ଅସାମାଜିକ ଯୁବକମାନଙ୍କ ଏଭଳି କାଣ୍ଡ ପରେ ସାହିଲୋକ ପୁଲିସକୁ ସୂଚନା ଦେଇଥିଲେ । ତାଳଚେର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଦୁଇ ଜଣଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ତାଳଚେର ରୁ ରବୀନ୍ଦ୍ର ନାଥ ଙ୍କ ରିପୋର୍ଟ ଫୋକସ ପ୍ଲସ |

 

Leave a Reply

Your email address will not be published. Required fields are marked *