ଫୋକସ ପ୍ଲସ 10/1/2023(ବାଙ୍କୀ): କାଲି ପ୍ରାୟ ମଧ୍ୟରାତ୍ରି ସମୟରେ ବାଙ୍କୀ କୁସୁପଙ୍ଗି ପଞ୍ଚାୟତର ଇନ୍ଦୁମତୀ ପାଟଣା ଗ୍ରାମର ପୂର୍ବତନ ସରପଞ୍ଚଙ୍କ ଗୃହ ସମୁଖରେ ଥିବା ଏକ ବୋଲେରୋ ଗାଡିକୁ କିଛି ଦୁର୍ବୁର୍ତ୍ତ ନିଆଁ ଲଗାଇ ଜାଳିଦେଇଥିବା ଦେଖିବାକୁ ମିଳିଛି।ସୂଚନା ଅନୁଯାୟୀ କିଛି ଘରୋଇ କମ୍ପାନୀର କର୍ମଚାରୀ ଇନ୍ଦୁମତୀ ପାଟଣାର ପୂର୍ବତନ ସରପଞ୍ଚ ଅସିତ ଜେନାଙ୍କ ଘରେ ଭଡାରେ ରହୁଥିବା ବେଳେ। ସେ ବ୍ୟବହାର କରୁଥିବା ଏକ OD02 J 9333 ନମ୍ବର ବିଶିଷ୍ଟ ଏକ ବୋଲେରୋ ଗାଡିଟି ରହୁଥିବା ଘର ସାମ୍ନାରେ ରଖାଯାଇଥିବା ବେଳେ କାଲି ବିଳମ୍ବିତ ରାତିରେ କେହି ଦୁର୍ବୁର୍ତ୍ତ ନିଆଁ ଲଗାଇ ଦେଇଥିଲା ଏବଂ ସେହି ନିକଟରେ ଆଉ ଏକ ଟାଟା ଏସି ଗାଡିକୁ ମଧ୍ୟ ନିଆଁ ଲଗାଇ ଜଳିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ଦୁର୍ବୁର୍ତ୍ତ ସଫଳ ହୋଇ ନଥିବା ଦେଖିବାକୁ ମିଳିଛି। ଅପର ପଟେ ବାଙ୍କୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ ଚଳାଇଥିବା ଜଣା ପଡିଛି।