ରାଧ୍ୟ୍ୟଶ୍ୟାମ ମେମୋରିଆଲ ତରଫରୁ ଆୟୋଜିତ ତୃତୀୟ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ

ଯାଜପୁର: ଜିଲ୍ଲା କଳିଙ୍ଗନଗର ଅନ୍ତର୍ଗତ ଗୋବରଘାଟି ଠାରେ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ର ଉଦଯାପନୀ ଦିବସ ଅନୁଷ୍ଠିତ ହୋଇଯାଇଅଛି.ଖେଳ ହେଉଛି ଭାଇଚାରା ର ବଢାଇବା ର ଗୋଟିଏ ମାଧ୍ଯମ ଯାହା କୁ ବୁଝିଛନ୍ତି ଗୋବରଘଟି ର ଏଡି କ୍ଲବ ର ମେମ୍ବର ମାନେ ତେଣୁ ଗୋଟିଏ ରାଜ୍ଯସ୍ତରିୟ ଫୁଟବଲ ମ୍ଯାଚ ଆୟୋଜନ କରି ଆଜି ଅନ୍ତିମ ଦିବସରେ ସୁକିନ୍ଦା ବିଜେପି ର ବିଧାୟକ ପାର୍ଥୀ ଙ୍କ ସହିତ ରାଜ୍ଯ ବିଜେପି ର କର୍ମକର୍ତ୍ତାଗଣ ଙ୍କୁ ଅତିଥି ଭାବରେ ଡାକିଥିଲେ। ପ୍ରଥମେ ଅତିଥି ମାନେ ଆମ୍ବ ଗାଡ଼ିଆ ଠାରେ ଥିବା ସହିଦ ସ୍ତମ୍ଭ ଉପରେ ପୁଷ୍ପ ମାଲ୍ୟ ଅର୍ପଣ କଲାପରେ ପଡିଆ କୁ ଏକ ବିରାଟ ଶୋଭାଯାତ୍ରା ରେ ଅତିଥି ମାନଙ୍କୁ ପାଛୋଟି ନେଇଯାଇଥିଲେ ଏଡି କ୍ଲବର ସଦସ୍ଯ ମାନେ ଉକ୍ତ ଫୁଟବଲ ମ୍ଯାଚ ର ତୃତୀୟ ବାର୍ଷିକ ଟୁର୍ନାମେଣ୍ଟ ରେ ମୁଖ୍ୟ ବକ୍ତା ଭାବେ ରାଜ୍ୟ ବିଜେପି ମହିଳା ଉପସଭାପତି ଲେଖାଶ୍ରୀ ସାମନ୍ତରାୟ, ମୁଖ୍ୟ ଅତିଥି ଭାବେ ସୁକିନ୍ଦା ବିଜେପି ବିଧାୟକ ପ୍ରାଥୀ ପ୍ରଦୀପ ବଳ ସାମନ୍ତ,ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଐସରିଆ ରାୟ ପ୍ରମୁଖ ଯୋଗ ଦେଇଥିଲେ.ସମ୍ମାନୀତ ଅତିଥି ଭାବେ ଯାଜପୁର ଜିଲ୍ଲା ଯୁବ ମୋର୍ଚା ସଭାପତି ବିଶ୍ୱଜିତ ରାଜ, ବିସ୍ଥାପିତ ବିରୋଧି ମଞ୍ଚ ର ଆବାହକ ବିରେନ ଜାମୁଣ୍ଡା ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ବିଜେତା ଓ ରନର୍ସ ଟ୍ରଫି ପ୍ରଦାନ କରିଥିଲେ.ଏହି ଖେଳ ମାଧ୍ଯମ ରେ ସୁକିନ୍ଦାରେ ବିଜେପି ସଂଘଠନ କୁ ସୁଦୃଢ଼ କରିବା ଲକ୍ଷ ରେ ଖେଳ ଆୟୋଜନ କରାଯାଇଥିବା କହିଛନ୍ତି ସୁକିନ୍ଦା ବିଜେପି ବିଧାୟକ ପାର୍ଥୀ ପ୍ରଦିପ ବଳ ସାମନ୍ତ । ଏହି ଖେଳ ରେ ମୋଟ ୨୫ ଗୋଟି ଦଳ କୁ ନେଇ ଏହି ଟୁର୍ନାମେଣ୍ଟ ଖେଳାଯାଉଥିବା ବେଳେ ପାଇନାଲ ରେ ଗାଡ଼ପୁର ବିଜୟୀ ଓ କଟକ ପରାଜିତ ଦଳ ଭାବେ ଘୋଷଣା କରାଯାଇଥିଲା. ଏହି ଖେଳକୁ ଏଡି କ୍ଲବ ର ସଭାପତି ସିକନ୍ଦର ଗଗରାଇ ଓ ସେକ୍ରେଟେରୀ ସାଙ୍ଗି ହାଁସଦା ଙ୍କ ନେତୃତ୍ୟର କ୍ଲବ ର ସମସ୍ତ ମେମ୍ବର ମାନେ ସହଯୋଗ କରିଥିଲେ.

Leave a Reply

Your email address will not be published. Required fields are marked *