ରାସନ୍ କାର୍ଡ ଥାଇବି ମିଳୁନି ରାସନ୍

ଫୋକସ ପ୍ଲସ(ରାଇରଙ୍ଗପୁର) : ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବହଳଦା ବ୍ଲକ୍ ଅନ୍ତର୍ଗତ ଅଁଳାଯୋଡି ପଂଚାୟତର ସିଜୁକଳା ଗାଁରେ |ବିଧବା ଆଦିବାସୀ ମହିଳା ହିସି ମାଝୀ ର ଦୁଃଖ କହିଲେ ନ ସରେ ! ତାର ସ୍ବାମୀ ସାଉଁନା ମାଝୀ ମରି ପାଞ୍ଚ ବର୍ଷ ହେଲାଣି ଓ ତାର ପୁଣି ପାଞ୍ଚ ବର୍ଷର ଝିଅଟିଏ ଅଛି lପୁଣି ସ୍ବାମୀ ନାମରେ ରାସନ କାର୍ଡ ଅଛି ତଥାପି ରାସନ ସାମଗ୍ରୀ ମିଳୁନାହିଁl ବିଚରା ଗରିବ ହିସି ମାଝୀ ଭଙ୍ଗା ପଲିଥିନ ଘରେ ଦିନ କାଟୁଛି ।ସରକାରଙ୍କ ମାଳମାଳ ଯୋଜନା ହେଲେ ହିସି ମାଝୀଙ୍କୁ ସାତ ସପନ ! ଅଭାବି ଭିତରେ ଦିନ ବିତୁଛି ।ପେଟ ଚାଖଣ୍ଡେ ଏବଂ ନିଜର ଝିଅ ମୁହଁରେ ଦାନା ଦେବା ପାଇଁ ପର ଘରେ ବାସନ ମାଜୁଛି । ପଞ୍ଚାୟତ ଅଧିକାରୀ,ବ୍ଳକ ପ୍ରଶାସନ ତା’ର ଦୁଃଖ କେହି କର୍ଣ୍ଣପାତ କରୁ ନାହାନ୍ତି । ଏଣୁ ହିସି ମାଝୀ ସରକାର ଓ ଫାଇପଟି ସରକାର ଙ୍କ ପାଖରେ ବିନମ୍ର ଅନୁରୋଧ କରିଛନ୍ତି। କି ଘର ଓ ରାସନ୍ କାର୍ଡ ମିଳିଲେ। ଗୁଜୁରାଣ ମେଣ୍ଟାଇ ପାରିବ।

ରାଇରଙ୍ଗପୁରରୁ ଜିତେନ୍ଦ୍ର କୁମାର ଅଗ୍ରୱାଲଙ୍କ ରିପୋର୍ଟ

 

Leave a Reply

Your email address will not be published. Required fields are marked *