ରାସ୍ତାକାମ ଅଧାରୁ ଛାଡି ଠିକାଦାର ମାରିଲେ ଛୁ |

ଫୋକସ ପ୍ଲସ ୨୨/୧/୨୩(କେନ୍ଦ୍ରାପଡ଼ା):କେନ୍ଦ୍ରାପଡ଼ା ଜ଼ିଲ୍ଲା ଗରଦପୁର ବ୍ଲକର ମଧୁଶାସନ ପଞ୍ଚାୟତରେ ଆରଡି ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ମଧୁଶାସନ ଠାରୁ ଭଗବାନପୁର ସୀମା ପର୍ଯ୍ୟନ୍ତ ଦୀର୍ଘ ଆଠ କିଲୋମିଟର ରାସ୍ତାର କାମ ଚାଲିଥିଲା ବେଳେ ହଠାତ ଠିକାଦାର କାମ ବନ୍ଦ କରିଦେଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି l ଗ୍ରାମବାସୀମାନେ କହିବା କଥା ଠିକାଦାର ଅତ୍ୟନ୍ତ ନିମ୍ନମାନର କାମ କରୁଥିଲେ l ଆମେ ଏହାକୁ ପ୍ରତିବାଦ କରିଥିଲୁ l ବିଭାଗର କୌଣସି ଅଫିସର ଉପସ୍ଥିତ ନଥିଲେ l ପାଖାପାଖି ଚାରିକୋଟି ଟଙ୍କା ବୟ ବରାଦ ହୋଇଥିବା ବେଳେ ରାସ୍ତା କାମ ଭଲ ହେବାକଥା କିନ୍ତୁ ଠିକାଦାର ତାହା କରୁନଥିଲେ l ଯେତିକି କାମ ହେଇଛି ସେଥିରୁ ବଲିଉଠୁଥିବା କଥା ଗ୍ରାମ ବାସୀମାନେ ଅଭିଯୋଗ କରିଛନ୍ତି l ଅନ୍ୟ ପଟେ ଆମେ ଆରଡ଼ି ନିର୍ବାହୀ ଯନ୍ତ୍ରୀଙ୍କୁ ଏହି ରାସ୍ତା ବିଷୟରେ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଆମକୁ ଦେଇନଥିଲେ l ଗୋଟେ ପଟେ ନିର୍ବାହୀ ଯନ୍ତ୍ରୀଙ୍କ ମୌନ ବ୍ରତ ସେପଟେ ରାସ୍ତା କାମ ଅଧାରୁ ବନ୍ଦ ଏକପ୍ରକାର ଭିନ୍ନ ଭିନ୍ନ ସନ୍ଦେହ ପ୍ରକାଶ କରୁଛି l ଅନ୍ୟ ପଟେ ମଧୁଶାସନ ଗ୍ରାମବାସି ଦାବିକରିଛନ୍ତି ଜଦି ଖୁବ ଶୀଘ୍ର ରାସ୍ତା କାମ ଆରମ୍ଭ ନହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ l ଦେଖିବାର ବାକି ରହିଲା ନିର୍ବାହୀ ଯନ୍ତ୍ରୀ ରାସ୍ତା କାମ ସମ୍ପୂର୍ଣ୍ଣ କରୁଛନ୍ତି କି ନିଜ ଅଫିସରେ ଚୁପ ଚାପ ବସୁଛନ୍ତି l

Leave a Reply

Your email address will not be published. Required fields are marked *