ରାସ୍ତାନିର୍ମାଣ କାର୍ଯ୍ୟରେ ଚୋରାରେ ଆସୁଛି ମୋରମ

ଫୋକସ ପ୍ଲସ(ଉଦଳା): ବିନା ସୂଚନା ଫଳକରେ ଚାଲୁଛି, ରାସ୍ତାନିର୍ମାଣ କାର୍ଯ୍ୟ |ଚୋରାରେ ମୁହୁରୁମ ଟଣା ଯାଇ ହେଉଛି ହରିଲୁଟ |ରାଜସ୍ବ ବିଭାଗର ଆଢୁଆଳରେ ରାଜସ୍ବ ଫାଙ୍କି ଠିକାଦାର କରୁଥିଲେ ହରିଲୁଟ |ନୂତନ ଭାବେ ନିର୍ମାଣ ହେଉଥିବା ରାସ୍ତା କାମରେ ଦେଖିବାକୁ ମିଳିଛି ଏଭଳି ଅନିୟମିତତା |ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମିଳିତ ଯୋଜନାରେ ହେଉଛି ହରିଲୁଟ |ଗୋପବନ୍ଧୁ ନଗର ବ୍ଲକ ଅଧିନସ୍ଥ ଦାମlସାହି ଛକଠlରୁ ଆରମ୍ଭ କରି ସାଇଁକୁଳl କଲେଜ ପର୍ଯ୍ୟନ୍ତ ନୂତନ ଭାବେ ନିର୍ମାଣ ଚାଲିଥିବା ଗ୍ରାମ୍ୟ ଉନ୍ନୟନରାସ୍ତାନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବିଭାଗୀୟ ଅଧିକାରୀ ତଦାରଖ କରିବାକୁ ସେଠାକୁ ନଆସିବା ନେଇ ଅଭିଯୋଗ ଆଣିଛନ୍ତି ଜୟପୁର ଗ୍ରାମର ଗ୍ରାମବାସୀ

|ଏହି ଗ୍ରାମ୍ୟ ଉନ୍ନୟନ ରାସ୍ତାଟି ଦାମl ସାହି ଛକରୁ ବାଲେଶ୍ୱର ଯିବା ରାସ୍ତା ସହ ସଂଯୋଗ ହୋଇଥିବାରୁ ପ୍ରତେକ ଦିନ ଅନେକ ଗାଡି ମଟର ଏହି ରାସ୍ତା ଦେଇ ଗମନା ଗମନ କରିଥାନ୍ତି |ତେବେ ରାସ୍ତା କାମ ବାରିପଦାର ଜୈନିକ ଠିକାଦାର ନେଇଥିବା ବେଳେ ରାସ୍ତାରେ ନିମ୍ନମାନର ମୁହୁରୁମ ପଡୁଥିବାର ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ |ଖାଲି ସେତିକି ନୁହଁ, ରାସ୍ତା କାମରେ ବ୍ୟବହୃତ ହେଉଥିବା ଦୁଇଟି ୧୦ ଚକିଆ ଡମ୍ଫର ମୁହୁରୁମ ଟାଣିବା ପାଇଁ ନିୟୋଜିତ ହୋଇ ଥିବା ବେଳେ ବିନା ତହସିଲ ବିଭାଗର ଅନୁମତିରେ ଡମ୍ଫର ର ଦକ୍ଷତା ଠାରୁ ଅଧିକ ମୁହୁରୁମ ଟଣା ହେଉଛି |

ତେବେ ଜୟପୁର ଗ୍ରାମର କିଛି ଯୁବକ ଚୋରାରେ ଆସୁଥିବା ମୁହୁରୁମ ଗାଡି ଦୁଇଟିକୁ ଅଟକାଇ ପରମିଟ କାଗଜ ଦେଖିବାକୁ ମାଗିଥିଲେ ହେଲେ ଗାଡି ଚାଲାକ ମୁହୁରୁମ ସମ୍ବନ୍ଦୀୟ କୌଣସି କାଗଜ ପତ୍ର ଦେଖାଇ ନଥିଲେ |ତେବେ ଗ୍ରାମର ଯୁବକ ମାନେ ଗାଡିକୁ ଅଟକ ରଖି ନିକଟସ୍ଥ ଆରଆଇ ଙ୍କୁ ଜଣାଇଥିଲେ, ତେବେ ଆର ଆଇ ଘଟଣା ସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ଜବତ କରି ଜୟପୁର ରାଜସ୍ବ କାର୍ଯ୍ୟାଳୟକୁ ନେଇ ୪୧ ,୧୨୦ ଟଙ୍କା ଜୋରିମାନା କରିଥିବାର ସୂଚନା ମିଳିଛି |

ଉଦଳାରୁ ଦିଲ୍ଲୀପ କୁମାର ପରିଡାଙ୍କ ରିପୋର୍ଟ

 

Leave a Reply

Your email address will not be published. Required fields are marked *