ରାସ୍ତାର ଅବସ୍ଥାକୁ ନେଇ ଅସନ୍ତୋଷ

ଫୋକସ ପ୍ଲସ(ବାଲେଶ୍ୱର)୧୭/୦୮/୨୦୨୨: ବାଲେଶ୍ୱର ସହରର ରାସ୍ତାର ଅବସ୍ଥାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିକ୍ରମ ପଣ୍ଡା।ଏକ ବର୍ଷ ତଳେ ସହରର ୨୦ଟି ରାସ୍ତା ପୌରପାଳିକା ପକ୍ଷରୁ ପୂର୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ଏଥି ପାଇଁ ରାଜ୍ୟ ସରକାରଙ୍କର ଗୃହ ଓ କୋଠାବାଡ଼ି ନିର୍ମାଣ ବିଭାଗ ପକ୍ଷରୁ ୧୫୫ କୋଟି ଟଙ୍କା ମଞ୍ଜୁର ହୋଇଥିଲା । ତେବେ ଅଧିକାଂଶ ରାସ୍ତା ନିର୍ମାଣ ସରିବାର ଅଳ୍ପ ଦିନ ମଧ୍ୟରେ ସେଥିରୁ ପିଚୁ ଉଠିବାକୁ ଆରମ୍ଭ କଲାଣି । ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ସହରରେ ରାସ୍ତା ନିର୍ମାଣ କରାଯାଉଥିବା ବେଳେ ଦିନ କେଇଟା ପରେ ସେଗୁଡ଼ିକ ନଷ୍ଟ ହୋଇଯାଉଛି । ନିମ୍ନ ମାନର ରାସ୍ତା ନିର୍ମାଣ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀ କି ରାଜନେତା ମାନେ ମୁହଁ ଖୋଲୁନାହାନ୍ତି ବୋଲି ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀରେ ଯୁବନେତା ବିକ୍ରମ ପଣ୍ଡା ଅଭିଯୋଗ କରିଛନ୍ତି । ତେଣୁ ସରକାର ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ସେ ଦାବି କରିଛନ୍ତି । ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସହରବାସୀ ଆନେ୍ଦାଳନକୁ ଓହ୍ଲାଇବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା ଚେତାବନୀ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ ପୌରଉପାଧ୍ୟକ୍ଷା ବିଳସିନୀ ବେହେରା, ପ୍ରତିମା ପଣ୍ଡା, ସୁଶାନ୍ତ କୁମାର ରଣା, ସଂଯୁକ୍ତା ବେହେରା, ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

 

ବାଲେଶ୍ୱର ରୁ ଗୁରୁ ପ୍ରସାଦ ବାରିକ୍ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *