ରାସ୍ତା କଡରେ ଫିଙ୍ଗାଯାଇଛି ସରକାରୀ ବିହନ

ଫୋକସ ପ୍ଲସ(ବାଲିଗୁଡ଼ା)୨୦/୦୮/୨୦୨୨: ସରକାରୀ ଚାଷୀମାନଙ୍କ ଉନ୍ନତି ପାଇଁ ଯୋଗାଇ ଦେଇଥାନ୍ତୀ ସୂଲଭ ମୂଲ୍ୟରେ ଆଳୁ ବିହନ ।ଯାହାଫଳରେ ଆଳୁ ଚାଷ କରି ଦୁଇ ପଇସା ଉପାର୍ଜନ କରି ଲାଭବାନ ହୋଇପାରିବେ ଆଳୁଚାଷୀ ।ସେଥିପାଇଁ ସରକାର ଉଦ୍ୟାନ କୃଷୀ ବିଭାଗ ମାଧ୍ୟମରେ ବିଭିନ୍ନ ବ୍ଳକରେ ୬୦୦ଟଙ୍କା ମୂଲ୍ୟରେ ଉତ୍ତମ ଆଳୁ ବିହନ ବସ୍ତା ପ୍ରତି ଯୋଗାଇ ଦେଇଥାନ୍ତି । କିନ୍ତୁ ବିହନ ଚାଷୀକୁ ଦିଆନଯାଇ ରାସ୍ତା କଡରେ ଫିଙ୍ଗାଯାଇଥିବା ଅଭିଯୋଗ କରିଛନ୍ତି ଚାଷୀକୁଳ ।ଘଟଣା ପ୍ରକାରେ ବାଲିଗୁଡା ବ୍ଳକର ଦଣ୍ଡପଦର ଗ୍ରାମ ନିକଟ କଣ୍ଣାଟପୁର ନିକଟ ରାସ୍ତା କଡରେ ଗୋଟାଏ ଟ୍ରକରୁ ଉର୍ଦ୍ଧ ସରକାରୀ ଆଳୁ ବିହନ ଫୋପାଡା ଯାଇଥିବା ଦେଖିବାକୁ ମିଳିଛି ।ଗୋଟିଏ ଟ୍ରକରୁ ଉର୍ଦ୍ଧ ଆଳୁ କିଏ ଫୋପାଡିଲା କାହିଁକି ଫୋପାଡିଲା ବୋଲି ଚାଷୀ ମାନଙ୍କ ମଧ୍ୟରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।ଏ ବିଷୟରେ ବାଲିଗୁଡା ଉଦ୍ୟାନ ଭବନର ସହକାରୀ ଉଦ୍ୟାନ କୃଷି ନିଦ୍ଦେର୍ଶକ ଦେବ ପ୍ରସାଦ ରାଉତ୍ତ ରାୟଙ୍କୁ ପଚରାଯିବାରୁ ସେ କୃଷକ ମାନଙ୍କ ପାଇଁ ଅଣାଯାଇଥିବା ଆଳୁ ବିହନକୁ ପ୍ରତ୍ୟକ ବସ୍ତା ପିଛା ସରକାରୀ ମୂଲ୍ୟ ଅନୁଯାଇ ୬୦୦ ଟଙ୍କାରେ ସମସ୍ତ କୃଷକ ମାନଙ୍କୁ ଉତ୍ତମ ବିହନ ଆଳୁ ଦିଆଯାଇଛି ।ସେ ସବୁରୀ ତଥ୍ୟ ଆମ ପାଖରେ ଅଛି ।ଯେଉଁ ଆଳୁ ବିହନ ରାସ୍ତା କଡରେ ପଡିଛି ସେଗୁଡିକ ଆମର ନୁହେଁ ଯିଏ ଫିଙ୍ଗିଛି ତଦନ୍ତ କରି ଦଣ୍ଡ ମିଳିବା ଆବଶ୍ୟକ ବୋଲି କହିଛନ୍ତି ।ଯଦି ଦାୟୀତ୍ୱରେ ଥିବା କର୍ମଚାରୀ ଶ୍ରୀଯୁକ୍ତ ରାଉତ କହିଛନ୍ତି ସମସ୍ତ ତଥ୍ୟ ଆମ ପାଖରେ ଅଛି ବୋଲି ଦେବେ ସରକାରଙ୍କ ଏଭଳି ଜିନିଷ ଚାଷୀମାନଙ୍କ ପାଇଁ ଆସିଥିବା ଆଳୁ ବସ୍ତା ବସ୍ତା ସଂଖ୍ୟା ଦାଣ୍ଡରେ ପଡ଼ି ଖତ ହେଉଛି ।ଏହା ଉତ୍ତମ ଭାବରେ ତଦାରଖ କରି ଦୋଷୀକୁ ନିହାତି ଦଣ୍ଡ ଦେବା ଆବଶ୍ୟକ । ଏଭଳି ଆଳୁ ଫିଙ୍ଗିବା ଠିକ୍ ନୁହେଁ,ଯଦି ଆମେ ଆଳୁ ଫୋପାଡିଥାନ୍ତୁ ତାହା ହେଲେ ଆମକୁ ଏହାର ମୂଲ୍ୟ କିଏ ଦେଇଥାନ୍ତା ବୋଲି ପ୍ରଶ୍ନ କରିଛନ୍ତି ।କିଏ ରାସ୍ତା କଡରେ ଏହି ଆଳୁ ବିହନ ଫୋପାଡିଛି ତାହାର ତଦନ୍ତ କରିବାକୁ ଚାଷୀକୁଳ ଓ ଜନସାଧାରଣ ଦାବୀ କରିଛନ୍ତୀ ।ଏପଟେ ଏହି ଆଳୁକୁ କିଛି ଲୋକ ଗୋଟାଇ ଘରକୁ ରୋଷେଇ ପାଇଁ ନେଉଥିବା ବେଳେ, ଗାଇ,ଗୋରୁ ଚରୁଥିବା ଦେଖିବାକୁ ମିଳିଛି ।ଏତେ ଗୁଡ଼ାଏ ଆଳୁ କିଏ ରାତି ଅଧିଆ ଫୋପାଡିଛି ,କାହିଁକି ଫୋପାଡିଛି, ଏହି ଆଳୁ କାହାର ତାହାର ସଠିକ୍ ତଦନ୍ତ ହେବା ଆବଶ୍ୟକ।ବର୍ତ୍ତମାନ ଏହି ଆଳୁ ପଚିସଢି ଦୁର୍ଗନ୍ଧ ହୋଉଥିବାରୁ ସେହି ରାସ୍ତାରେ ଚଳପ୍ରଚଳ କରିବାକୁ ଲୋକମାନଙ୍କୁ ଅସୁବିଧା ହେଉଥିବା ଲୋକମାନେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *