ରାସ୍ତା କୋଡ଼ ରେ ୧୦୦ ପରିବାର

ଫୋକସ ପ୍ଲସ(ଭୋଗରାଇ)୨୩/୦୮/୨୦୨୨: ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିବା ମାତ୍ରେ ଭୋଗରାଇ ବ୍ଳକର ନଦୀ ସଂଲଗ୍ନ ଗାଁଗୁଡିକରେ ବ୍ଳକ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିଲା୧୪ଟି ପଞ୍ଚାୟତର ସମୁଦାୟ ୮,୩୧୨ ଜଣ ଲୋକଙ୍କୁ ସ୍ଥାନାନ୍ତରିତ କରା ଯାଇଛି,ବନ୍ୟା ପ୍ରଭାବିତ ଆଶ୍ରୟସ୍ଥଳୀକୁ ଯିବା ପାଇଁ କୌଣସି ସୁବିଧା ନ ଥିବାରୁ ରାସ୍ତା କୋଡ଼ରେ ପ୍ରାୟ 100 ପରିବାର ଆଶ୍ରୟ ନେଉଛନ୍ତି ହୋଇଥିବା ଦେଖିବାକୁ ମିଳିଛି ।ପ୍ରତିବର୍ଷ ଭଳି ସେମାନେ ନିକଟସ୍ଥ ବନ୍ଧ ଉପରେ ପଲିଥିନ ଟାଙ୍ଗି ସେଥିରେ ଗାଈଗାରୁ ଓ ଛେଳି ଆଦିକୁ ନେଇ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି,ସେମାନେ ଏଭଳି ଭାବେ ଆଶ୍ରୟ ନେଇଥିବା କୁହାଯାଇଥିଲା ବେଳେ ଘରେ ଥିବା ଧାନ , ଚାଉଳ , ଆସବାବପତ୍ର ପ୍ରତି ନଜର ରଖିବା ସହିତ ଗଈଗରୁ ଓ ଛେଳିକୁ ସୁରକ୍ଷିତ ଭାବେ ରଖିବା ପାଇଁ ବନ୍ଧ ଉପରେ ପଲିଥିନ ତଳେ ରହୁ ଚନ୍ତି, ଏ ଦୃଶ୍ୟ ହେଉଛି ବାଲେଶ୍ୱର ଜିଲ୍ଲା ଭୋଗରାଇ block କୁଲ୍ହା ଗ୍ରାମରେ 100 ପରିବାର |

ଭୋଗରାଇ ରୁ ହରିପଦ ଗିରି ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *