ଭଦ୍ରକ: ରାସ୍ତା ନାହିଁତ ଭୋଟ ନାହିଁ,ରାସ୍ତା ଖଣ୍ଡିଏ ପାଇଁ ନିର୍ବାଚନ ଆସିଲେ ନେତା ଆସି ମାଳ ମାଳ ମିଛ ପ୍ରତିଶୃତି ଦିଅନ୍ତି ହେଲେ ଭୋଟ ସରିଲେ ନେତା ହେଉକି ପ୍ରଶାସନିକ ଅଧିକାରୀ କାହାର ଦେଖା ମିଳେନାହିଁ, ହଁ ଦର୍ଶକ ବନ୍ଧୁ ଆପଣ ଠିକ ଶୁଣିଛନ୍ତି,ଏଭଳି ଘଟଣା କେଉଁ ଉପାନ୍ତ ଅଞ୍ଚଳର ନୁହେଁ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଡିଆ ପଞ୍ଚାୟତ ବାହାଦଲ ପୁର ଗ୍ରାମରେ ଦେଖିବାକୁ ମିଳିଛି ସ୍ୱାଧୀନତାର 76ବର୍ଷ ପରେବି ରାସ୍ତା ଖଣ୍ଡିଏ ନଥିବା ରୁ ଲୋକେ ନାନାଦି ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି, ରାସ୍ତା ସମସ୍ୟା ପାଇଁ ରୋଗ ଶଯ୍ୟାରେ ପଡ଼ି ଲୋକଙ୍କ ଜୀବନ ମଧ୍ୟ୍ୟ ଯାଉଛି, ବର୍ଷା ଦିନରେ ପିଲା ମାନେ ପାଠ ପଢିବାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି ଏହି ଘଟଣା ନେଇ ଅନେକ ଥର ବ୍ଲକପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନକୁ ଅବଗତ କରା ଯାଇଛି ହେଲେ କେହି ଏଠି କର୍ଣ୍ଣପାତ କରୁନାହାନ୍ତି, ରାଜ୍ୟ ସରକାର ମା କୁସମ୍ମାନ ଗାଁକୁକାମ ର ଡିଡିମ୍ୱ ପିଟୁଥିବା ବେଳେ ଗ୍ରାମାଞ୍ଚଳ ଲୋକଙ୍କ ଯାତାୟତ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁ ଥିବା ବେଳେ ବନ୍ତ ବ୍ଲକ ଆଡିଆ ପଞ୍ଚାୟତର ଏହି 200 ପରିବାରଙ୍କ କଥା ଚର୍ଚ୍ଚା ର ବିଷୟବସ୍ତୁ ପାଲଟିଛି, ଆହୁରି ମଧ୍ୟ୍ୟ ଖାଲି ରାସ୍ତା ସମସ୍ୟା ପାଇଁ ଜୀବନ ଯାଉନାହିଁ ଏହି ପରିବାର ମାନଙ୍କର ପୁଅ ଓ ଝିଅ ମାନଙ୍କ ରାସ୍ତା ସମସ୍ୟା ପାଇଁ ବିବାହ ହୋଇ ପାରୁ ନଥିବା ଅଭିଯୋଗ ହେଉଥିବା ବେଳେ ଏଥର ଆଉ ମିଛ ପ୍ରତିଶୃତି ନୁହେଁ ରାସ୍ତା ନହେଲେ ଭୋଟ ବର୍ଜନ କରିବା କଥା ପ୍ରକାଶ କରି ଥିଲେ ଗ୍ରାମବାସୀ, ଏହି ଘଟଣା ଜାଣିବା ପରେ ଆଜି ସମାଜ ସେବି ଉତ୍କଳ କେଶରୀ ବିଶ୍ଵାଳ ଏହି ଗ୍ରାମରେ ପହଁଚି ଲୋକଙ୍କୁ ଆଶ୍ୱାସନା ଦେବାସହ ରାସ୍ତା ପାଇଁ ସେ ଜିଲ୍ଲାପାଳଙ୍କୁ ଜଣାଇଥିଲେ|