ରାସ୍ତା ନା ମରଣଯନ୍ତା ?

ଫୋକସ ପ୍ଲସ(ଢେଙ୍କାନାଳ) ୨୮/୦୭/ ୨୦୨୨: କାମାକ୍ଷାନଗର ଏନଏସି ର ଛଅ ନମ୍ବର ୱାର୍ଡ କାମେଶ୍ୱର ମହାଦେବ ଙ୍କ ମନ୍ଦିର ପାଖ ରାସ୍ତା ପାଲଟିଛି ମରଣଯନ୍ତା l ସାମାନ୍ୟ ବର୍ଷା ରେ ରାସ୍ତା ର ଅବସ୍ଥା ଶୋଚନୀୟ ହୋଇ ପଡୁଥିବା ବେଳେ ସାଧାରଣ ଲୋକ ଦୁର୍ଘଟଣା ର ଶିକାର ହେଉଛନ୍ତି l ବର୍ତ୍ତମାନ ପବିତ୍ର ଶ୍ରାବଣ ମାସ ଚାଲୁଥିବା ବେଳେ ତଥା ଏହି ରାସ୍ତା ଉପରେ କାମାକ୍ଷାନଗର ଅଞ୍ଚଳ ର ସର୍ବପୁରାତନ ସୋମବାର ହାଟ ଉପରେ ଅନେକ ଲୋକ ନିର୍ଭରଶିଳ l କିନ୍ତୁ ସାମାନ୍ୟ ବର୍ଷା ହେଲେ ଏହି ରାସ୍ତା ଖାଲଖମା ରେ ଭର୍ତି ହେବା ସହ ବଡ଼ ବଡ଼ ଗାତ ସୃଷ୍ଟି ହୋଇ ଯାତାୟାତ ରେ ଅନେକ ଅସୁବିଧା ସୃଷ୍ଟି କରୁଛି l ଏହି ରାସ୍ତା କାମାକ୍ଷାନଗର ଛଅ ନମ୍ୱର ୱାର୍ଡ ତଥା ସାତ ନମ୍ବର ୱାର୍ଡ ମଧ୍ୟରେ ଗମନାଗମନ ପାଇଁ ସୁବିଧା ରହିଥିବା ବେଳେ ସହର ର ବସଷ୍ଟାଣ୍ଡ ଠାରୁ ନୂଆ ରେଳଷ୍ଟେସନ କୁ ଯୋଗାଯୋଗ କରିବାର ପ୍ରମୁଖ ମାଧ୍ୟମ ପାଲଟିଛି l କିନ୍ତୁ ଏହି ରାସ୍ତା ବର୍ତମାନ ସାଧାରଣ ଲୋକ ଙ୍କ ପାଇଁ ମରଣଯନ୍ତା ପାଲଟିଥିବା ବେଳେ ସହର ବାସୀ ତୁରନ୍ତ ଏହି ରାସ୍ତା କୁ ମରାମତି କରିବା ପାଇଁ ଏନଏସି କତୃପକ୍ଷ ଙ୍କ ନିକଟରେ ଦାବି ଜଣାଇଛନ୍ତି l

Leave a Reply

Your email address will not be published. Required fields are marked *