ରାସ୍ତା ପାଇଁ ଧାରଣା ଦେଲେ ବିଧାୟକ

ଫୋକସ ପ୍ଲସ ୪/୨/୨୩( ନୀଳଗିରି):ରାସ୍ତା ପାଇଁ ଲୋକଙ୍କ ସହିତ ଧାରଣାରେ ବସିଲେ ବିଧାୟକ l ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଧାରଣା ଦେଇଛନ୍ତି ନୀଳଗିରି ବିଧାୟକ।  ସେରଗଡ଼ ନୀଳଗିରି ଝରଣାଘାଟି ୧୯ ନଂ ରାଜ୍ୟ ରାଜପଥର ନିର୍ମାଣ କାର୍ଯ୍ୟ ବିଳମ୍ବ ପାଇଁ ନୀଳଗିରି ଉପଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ନୀଳଗିରି ବିଜେପି ବିଧାୟକ ସୁକାନ୍ତ କୁମାର ନାୟକ ଏବଂ ତାଙ୍କ ସହଯୋଗୀ ଓ ଅଞ୍ଚଳବାସୀ।ତୁରନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ସହ ରାସ୍ତା ମରାମତି କରିବାକୁ ନୀଳଗିରି ଉପଜିଲ୍ଲାପାଳଙ୍କୁ ପୂର୍ବରୁ ଦାବୀ ଜଣାଇଥିଲେ।  ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଓ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନଭାଵ ପାଇଁ ଉକ୍ତ ରାସ୍ତାଟି  ନିର୍ମାଣ କାର୍ଯ୍ୟ ବିଳମ୍ବ ଯୋଗୁଁ ରାସ୍ତାଟି ମରଣଯନ୍ତା ପାଲଟିଛି। ବାଲେଶ୍ଵର ଜାତୀୟ ରାଜପଥରୁ ମୟୁରଭଞ୍ଜକୁ ସଂଯୋଗ କରିଥିବା ଏହି ରାସ୍ତା ଟି ଏବେ ବଡ଼ ବଡ଼ ଖାଲ ଖମାରେ ଭର୍ତ୍ତି ହୋଇଛି। ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟି ଅନେକ ଜୀବନ ଯାଉଥିବାର ଦେଖାଦେଇଛି।

Leave a Reply

Your email address will not be published. Required fields are marked *