ରାସ୍ତା ପାଇଁ ପ୍ରସାସନ କୁ ପ୍ରଶ୍ନବାଣରେ ଘାଇଲା କଲେ ଗ୍ରାମବାସୀ

ଫୋକସ ପ୍ଲସ(ବୋରିଗୁମ୍ମା)୦୯/୦୯/୨୦୨୨: ଏହି ଅଭିଯୋଗ ଆମେ ସାଧାରଣରେ ବୁଝି ନ ପାରୁ କିନ୍ତୁ ସରାକାର ବୋଧେ ବୁଝି ପାରିବେ । ସ୍ବାଧୀନତାର ଦୀର୍ଘ ୭୫ବର୍ଷ ପରେ ମଧ୍ୟ ଗାଁ କୁ ପହଁଚି ପାରି ନାହିଁ ରାସ୍ତା । ବଡ଼ ବଡ଼ ପଥର ଅଙ୍କା ବଙ୍କା ରାସ୍ତା ଦେଇ ଜୀବନ କୁ ବାଜି ଲଗାଇ ଯାତାୟାତ କରୁଛନ୍ତି ଗ୍ରାମବାସୀ ।ରାସ୍ତା ନ ଥିବା ଯୋଗୁଁ ପଂଚାୟତ ଭୋଟ ବର୍ଜନ କରିଥିଲେ ଗ୍ରାମବାସୀ ଏହି ଗ୍ରାମର ଗ୍ରାମବାସୀ ।ରାସ୍ତା ନ ଥିବାରୁ ଗ୍ରାମର ଗର୍ଭବତୀଙ୍କ ଠାରୁ ରୋଗୀପର୍ଯ୍ୟନ୍ତ କାନ୍ଧରେ ବୋହିକି ନେଉଥିବା କହିଛନ୍ତି ଗ୍ରାମବାସୀ । ବୋରିଗୁମ୍ମା ବ୍ଲକ ଚମ୍ପାପଦର ପଞ୍ଚାୟତ ରାମ୍ପୁଡିପଦର ଗ୍ରାମରେ ଦୀର୍ଘ ବର୍ଷ ହେବ ବିକାଶ ପହଁଚି ପାରି ନାହିଁ । ତେଣୁ ଗ୍ରାମ ବାସୀ ମାନେ ମିଳି ମିଶି ଚଳିତ ପଂଚାୟତ ନିର୍ବାଚନ କୁ ବର୍ଜନ କରିଥିଲେ । ଜଙ୍ଗଲ ପାହାଡ଼ ଘେରା ଉପାନ୍ତ ଏହି ଗ୍ରାମରେ ୫୦ ପାରିବାର କୁ ନେଇ ଏହି ଜନବସତି ଟି ଗଠିତ । ଏଠାରେ ୯୦ଜଣ ଭୋଟର ରହିଛନ୍ତି । ଚମ୍ପାପଦର ଠାରୁ ୭ କିମି ଅଙ୍କାବଙ୍କା ପଥରୁଆ ରାସ୍ତା ଦେଇ ପାହାଡ଼ ଉପରେ ଏମାନଙ୍କ ଜନ ବସତି । ରାସ୍ତା,ପାନୀୟ ଜଳ,ଶିକ୍ଷା ,ଅଙ୍ଗନବାଡି ଭଳି ମୌଳିକ ସମସ୍ୟା ରହିଥିବାରୁ ଏମାନେ ବାରମ୍ବାର ପ୍ରଶାସନକୁ ଲିଖିତ ଭାବେ ଜଣାଇଥିଲେ ପରେ ପଂଚାୟତ ନିର୍ବାଚନ କୁ ବର୍ଜନ ମଧ୍ୟ କରିଥିଲେ । ପଂଚାୟତ ନିର୍ବାଚନ ଯିବାର ୫ମାସରୁ ଉର୍ଦ୍ଧ୍ବ ସମୟ ବିଟିଲାଣି ହେଲେ ମଧ୍ୟ ଏହି ଗ୍ରାମର ସମସ୍ୟା ସମାଧାନ ହୋଇ ପାରିଲା ନାହିଁ । କିଛି ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳିଥିବା ବେଳେ ଅଧାରୁ ଅଧିକ ଲୋକଙ୍କୁ ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ସାମିଲ ମଧ୍ୟ କରାଯାଇନାହିଁ । ଚଳିତ ବର୍ଷା ପରେ ଅଧିକ ମରଣ ଯନ୍ତା ପାଲଟି ଯାଇଛି ଚମ୍ପାପଦର ରାମ୍ପୁଡି ପଦର ଏଜି ରାସ୍ତା ।ଉପାନ୍ତ ଅଞ୍ଚଳକୁ ସଦର ମହକୁମା ସହିତ ଯୋଡି ବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଠିକାଦାର ଠୁ ଯନ୍ତ୍ରୀ ଅଫିସର ଠୁ ରାଜନେତାଙ୍କ ପକେଟ କୁ ପିସି ମଧ୍ୟ ପଶୁଛି ହେଲେ ଏଭଳି ଉପାନ୍ତ ଅଞ୍ଚଳର ସମସ୍ୟା କାହାର ବି କେମିତି ଦୃଷ୍ଟି ଗୋଚର ହେଉ ନାହିଁ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ତେବେ ନିର୍ବାଚନ ପରେ ନିର୍ବାଚନ ଯିବା ପରେ ମଧ୍ୟ ରାମ୍ପୁଡିପଦର ଗାଁକୁ ପକା ରାସ୍ତା ନିର୍ମାଣ ହେଉଛି ନା ନାହିଁ ତାହାକୁ ହିଁ ଦେଖିବା ବାକିରହିଲା ବୋରିଗୁମା |

Leave a Reply

Your email address will not be published. Required fields are marked *