ରାସ୍ତା ପାଲଟିଛି ମରଣଯନ୍ତା

ଫୋକସ ପ୍ଲସ(ବିଂଝାରପୁର)୨/୦୮/ ୨୦୨୨: ଲୁଟ, ହରିଲୁଟ ଆଉ ମହାଲୁଟ।ପିସି ରେ ପେଷି ହେଇଯାଇଛି ଜନ ସାଧାରଣ ଙ୍କ ଟିକସ ଟଙ୍କା। ଆଉ ଏହି ଲୁଟ ରେ ସାମ୍ନା କୁ ଆସିଛି ଗ୍ରାମ୍ୟ ଉର୍ଣ୍ଣାୟନ ବିଭାଗ ର ଅସଲ ଚିତ୍ର। ସରକାର ଙ୍କ ରାଜକୋଷ ରୁ ଲକ୍ଷାଧିକ ଟଙ୍କା ବିଭାଗୀୟ ଯନ୍ତ୍ରୀ ଓ କିଛି ମୁନାଫାଖୋର ଠିକସଂସ୍ଥା ମିଲିଭଗତରେ କରିଛନ୍ତି ଚଳୁ। ଏ କେଉଁ ଉପାନ୍ତ ଅଂଚଳ ନୁହଁ। ଖୋଦ ଯାଜପୁର ଜିଲ୍ଲା ବିଂଝାରପୁର ଅଂଚଳ ଫଳପୁର ଠାରୁ ବଳଭଦ୍ରପୁର କୁ ସଂଯୋଗ କରୁଥିବା ରାସ୍ତା ର ଦୁର୍ସ୍ୟ। ପ୍ରାୟ ତିନୋଟି ପଂଚାୟତ ର ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ପ୍ରତିଦିନ ସ୍କୁଲ ର କୁନି କୁନି ପିଲା ଯାଆସ କରଛନ୍ତି। କହିବାକୁ ଗଲେ ଛ ଛ ଥର ବିଧାୟିକା ଓ ବର୍ତ୍ତମାନ ର ରାଜସ୍ୱ ବିପର୍ଯୟ ମନ୍ତ୍ରୀ ପ୍ରମିଳା ମଲିକ ଙ୍କ ଅଂଚଳ ରେ ଦେଖିବାକୁ ମିଳିଛି ଏଭଳି ଦୁର୍ସ୍ୟ। ଆଉ ଏ ରାସ୍ତା ଖୋଦ ବିଂଝାରପୁର ଗ୍ରାମ୍ୟ ଉର୍ଣ୍ଣାୟନ ବିଭାଗ ର ରହିଥିବା ବେଳେ ଗତ କିଛି ମାସ ପୂର୍ବ ରୁ ଏହାର କାର୍ଯ୍ୟ ସରିଥିବା ବେଳେ ଏ ରାସ୍ତା ପାଲଟିଛି ଏବେ ମରଣ ଯନ୍ତା। ନିମ୍ନ ମାନର କାର୍ଯ୍ୟ କରି ମୋଟା ଅଙ୍କର ପିସ କାରବାର ରହିଛି ଏହି ରାସ୍ତା ଉପରେ।ଏ କଥା ଆମେ କହୁନୁ ଯାହାର ଜ୍ୱଳନ୍ତ ଉଦାହରଣର ଏ ହେଉଛି ଅସଲ ଚିତ୍ର। ଖାଲି ସେତିକି ନୁହଁ ବିଂଝାରପୁର ଗ୍ରାମ୍ୟ ଉର୍ଣ୍ଣୟନ ବିଭାଗ ରେ ଏମିତି ଅନେକ ଦୁର୍ନୀତି ରହିଛି ଯାହା ର ଗୋଟିଏ ଗୋଟିଏ ପ୍ରମାଣ ଆମେ ଆଣିବୁ ଆପଣଙ୍କ ସାମ୍ନା କୁ।ତେବେ ଦେଖିବାକୁ ବାକି ରହିଲା କେବେ ଏହି ରାସ୍ତା ଦୁର୍ନୀତି ରେ ଲିପ୍ତ ଥିବା ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ଉପରେ ସରକାର ନେଉଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ।

 

ବିଂଝାରପୁର ରୁ ରାଣାପ୍ରତାପ ମହାପାତ୍ର ଙ୍କ ସହ ସୁଭକାନ୍ତ ଦାସ ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *