ରାସ୍ତା ପାଲଟିଛି ସାତ ସପନ

ଫୋକସ ପ୍ଲସ(କେନ୍ଦ୍ରାପଡ଼ା)୨/୦୯/୨୦୨୨: ସ୍ବାଧୀନତାର ୭୬ ବର୍ଷ ପରେ ବି ଗାଁ କୁ ନାହିଁ ରାସ୍ତା l ରାସ୍ତା ନଥିବାରୁ ଦୈନଦିନ ଜୀବନ ବ୍ୟାହତ ହେଉଛି l ଯାହାକି ଛାତ୍ରଛାତ୍ରୀ ବିଦ୍ୟାଳୟ ଯାଇପାରୁନାହଁନ୍ତି l ରୋଗୀଟି ମେଡିକାଲ ଯାଇପାରୁନି କିମ୍ବା ଘର ପାଖକୁ ଆମ୍ବୁଲାନ୍ସ ଆସିବି ପାରୁନି l ଯାତାୟାତକାରୀ ଯିବାଆସିବା କରିପାରୁ ନାହଁନ୍ତି l ଏହିଭଳି ଦୟନୀୟ ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ନିର୍ବାଚନ ମଣ୍ଡଳୀରେ । ଏହି ନିର୍ବାଚନ ମଣ୍ଡଳୀର ମାର୍ଶାଘାଇ ବ୍ଲକ ରେ ଥିବା ବେରୁହଁା ପଞ୍ଚାୟତର ଭଗବାନ୍ ପୁର ଗ୍ରାମର ୧୫ ରୁ ୨୦ ପରିବାର କଂକ୍ରିଟ ରାସ୍ତା ନଥିବାରୁ କାଦୁଅ ରାସ୍ତାରେ ଯାତାୟତ କରୁଛନ୍ତି । ଏହି ରାସ୍ତାରେ ପଡି କିଏ ଖଣ୍ଡିଆଖାବରା ହେଲାଣି ତ ଆଉ କିଏ ଗୋଡ଼ ହାତ ଭାଙ୍ଗିଲାଣି | ସ୍କୁଲ କଲେଜ୍ ଯିବା ଓ ଆମ୍ବୁଲାନ୍ସ ଗ୍ରାମ ଭିତରକୁ ଯିବା ପାଇଁ ସାତ ସପନ ପାଲଟିଛି lନେତା ମନ୍ତ୍ରୀ ଠାରୁ ପ୍ରଶାସନିକ ଅଧିକାରୀ ମାନଙ୍କୁ କହି କହି ନିରାଶ ହେଲେ କାର୍ଯ୍ୟ ଶୂନ ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି ।ଅସରାଏ ବର୍ଷା ହେଲେ ଘରୁ ବାହାରିବା ମୁସ୍କିଲ ହୋଇଥାଏ।ସ୍ଥାନୀୟ ପଞ୍ଚାୟତସ୍ତରୀୟ ନେତା ମାନଙ୍କଠାରୁ ଆରମ୍ଭ କରି ବିଧାୟକ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଛନ୍ତି l ହେଲେ ଆଜି ହଵ କାଲି ହଵ କହି ସମସ୍ତେ ଭଣ୍ଡାଉଛନ୍ତି ବୋଲି ଗ୍ରାମର ମହିଳା ମାନେ କହିଛନ୍ତି lଏନେଇ ଆମେ ସରପଞ୍ଚଙ୍କ ପ୍ରତିକ୍ରିୟା ନବାକୁ ଟେଲିଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କର ଉତ୍ତର ମିଳିଲା ନାହିଁ।ତେବେ ଖବର ପ୍ରସାରଣ ପରେ କେବେ ଏହି ଭଗବାନପୁର ପନ୍ଦର ପରିବାର ଭଲ ରାସ୍ତା ପାଉଛନ୍ତି।

କେନ୍ଦ୍ରାପଡ଼ା ରୁ ମୁକ୍ତେଶ୍ଵର ଙ୍କ ସହ ସରୋଜ କାନ୍ତ ପରିଡ଼ା ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *