ରାସ୍ତା ର ଅବସ୍ଥା ବେହାଲ।

ଫୋକସ ପ୍ଲସ 5/12/2022( ଯାଜପୁର): ନିଘୋଡ଼ ନିଦରେ ଜିଲ୍ଲା ପ୍ରଶାସନ।ଚେଇଁ ସୋଇଥିବ ଯିଏ ତାକୁ ଉଠେଇବ କିଏ।ନିଜ ଦୋଷ ଢାଙ୍କି ଅନ୍ୟ ଉପରେ ଦୋଷ ଲଦିଦେବାରେ ମାହୀର ଯାଜପୁର ପୂର୍ତ୍ତ ବିଭାଗ।ପିସି ମଷ୍ଠ ଷ୍ଠପ ର ଉଡାଇଲେ ଧଜିଆ।ଜିଲ୍ଲା ପ୍ରଶାସନ କୁ ସିଧାସଳଖ ନହେଲେ ବି ପରୋକ୍ଷ ରେ ପୂର୍ତ୍ତ ବିଭାଗ ର ଟାର୍ଗେଟ।ନିଜ ଦୋଷ କୁ ଚାପି ବାଲି ବେପାରୀ ଓ ଓଭରଲୋଡ଼ ଟ୍ରକ ଉପରେ ଲଧିଦେଲେ ଦୋଷ। ବିଭାଗୀୟ ଅଧିକାରୀ ଙ୍କ ଅଭିଯୋଗ ପରେ ବି ତହସିଲଦାରଙ୍କ କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି କହୁଛନ୍ତି ବିଭାଗିୟ ଯନ୍ତ୍ରୀ।ହଁ ଆମେ ଏଥି ଲାଗି କହୁଛୁ ଏ ହେଉଛି ଯାଜପୁର ଜିଲ୍ଲାର ମାଳ ଆନନ୍ଦପୁର ରୁ ବିଂଝାରପୁର କୁ ସଂଯୋଗ କରୁଥିବା ରାସ୍ତା। କୋଟି କୋଟି ଟଙ୍କା ଵ୍ୟୟ ବରାଦରେ ନବ ନିର୍ମିତ ରାସ୍ତାର ଅବସ୍ଥା ଏବେ ବେହାଲ। କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପୂର୍ବରୁ ଫାଟି ଧସି ଯିବା ନେଇ ଉଠିଛି ବଡ଼ ପ୍ରଶ୍ନ? ସବୁ ଜାଣି ନିଦା ବିଷ୍ଣୁ ଏଠି ଯାଜପୁର ପୂର୍ତ୍ତ ବିଭାଗ। ଯାହାକି ପୂର୍ତ୍ତ ବିଭାଗ ଅଧିନରେ ଥିବା ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ବିଂଝାରପୁର ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କ ଆଡକୁ ତଦନ୍ତ ଦାଇତ୍ୱ ଦେବା ପଛରେ କଣ ରହିଛି କାରଣ। ଏପଟେ କନିଷ୍ଠ ଯନ୍ତ୍ରୀ ସିଧା ସଳଖ ଟାର୍ଗେଟ କଲେ ଜିଲ୍ଲା ପ୍ରଶାସନକୁ। ନଦୀ ବନ୍ଧର ନୂଆ ରାସ୍ତା କଡରେ ଚାଲିଛି ଅନେକ ବାଲି ଘାଟ। ରାତିରେ ଲୋଡ଼ ରୁ ଅଧିକ ୬୦ରୁ ୭୦ ଟନ ଓଦା ବାଲି ହାଇବା ଯୋଗୁଁ ଏ ରାସ୍ତାର ଅବସ୍ଥା ଏପରି । ତେବେ ସୁଣନ୍ତୁ କଣ କହୁଛନ୍ତି କନିଷ୍ଟ ଯନ୍ତ୍ରୀ ମହେଶ୍ବର ସାହୁ।କିଏ ଏଠି ଦୋଷୀ । କାର୍ଯ୍ୟ କରୁଥିବା ଠିକା ସଂସ୍ଥା ପୂର୍ତ୍ତ ବିଭାଗ, ଜିଲ୍ଲା ପ୍ରଶାସନ ,ବାଲିଘାଟ ନା ରାତିରେ ଲମ୍ବା ଲାଇନ ହେଇ ଯାଉଥିବା ଓଭର ଲୋଡ଼ ବାଲି ହାଇବା। କାହିଁକି ସ୍ଥାଣୁ ଏଠି ଜିଲ୍ଲା ପ୍ରସାନ। ରାତି ହେଲେ ଉତ୍ପତିଆ ବାଲି ମଫିଆ କୁ ଭିତିରିଆ ପ୍ରସ୍ଥହାନ ଦେଉ ନାହିତ ପ୍ରସାସନ। କେବେ ହେବ କାର୍ଯ୍ୟାନୁଷ୍ଠାନ।

Leave a Reply

Your email address will not be published. Required fields are marked *