ବିଷମ କଟକ04/01/2024; ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକର ନିୟମଗିରି ପାଦ ଦେଶରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ହାତ ବୁଣା ସାଲ୍ ବା କପଡା ଗୁନ୍ଦାକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଛି। କାହିଁ କେଉଁ କାଳରୁ ଡ଼ଙ୍ଗରିଆ ସମ୍ପ୍ରଦାୟ ହାତ ବୁଣା ସାଲ୍ ପ୍ରସ୍ତୁତ କରିଆସୁଛନ୍ତି। ଆଉ ଏହି ହାତ ବୁଣା ସାଲ୍ ଦେଶ ବିଦେଶର ବେଶ ଖ୍ୟାତି ଅର୍ଜନ କରିଛି। ହାତ ବୁଣା ସାଲ୍ ବିରଳ ହସ୍ତଶିଳ୍ପ କଳାକୃତି ମଧ୍ୟରେ ଡଙ୍ଗରିଆଙ୍କ ଦ୍ୱାରା ଉତ୍ପାଦିତ ସାଲ୍ଟି ଏବେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଆଜି ଏହି ସାଲ୍କୁ ମିଳିଛି ଜିଆଇ ଟ୍ୟାଗ୍ର ମାନ୍ୟତା । ଏହି ସାଲ୍ ଆକର୍ଷଣୀୟ ଡିଜାଇନ୍ ସାଙ୍ଗକୁ ଡଙ୍ଗରିଆଙ୍କ କଳା, ସଂସ୍କୃତି ଓ ଐତିହ୍ୟର କଥା କହୁଥିବାରୁ ଓଡ଼ିଶା ସମେତ ଦେଶ, ବିଦେଶରେ ଏହାର ଚାହିଦା ବଢ଼ିବାରେ ଲାଗିଛି । ଶହଶହ ବର୍ଷର ଏହି ବିରଳ କଳାକୃତିକୁ ବଞ୍ଚାଇ ରଖିବାକୁ କେନ୍ଦ୍ର ସରକାରଙ୍କ ଶିଳ୍ପ ଏବଂ ଶିଳ୍ପଉଦ୍ୟଗ ପ୍ରଚ୍ଛୋହନ ବିଭାଗ ଏହି କଳାକୃତିକୁ ଜିଆଇ ମାନ୍ୟତା ପ୍ରଦାନ କରିଛନ୍ତି । ୨୦୨୧ ମସିହାରେ ରାଜ୍ୟ ସରକାରଙ୍କ ଆଦିବାସୀ ଉନ୍ନୟନ ବିଭାଗ ଏବଂ ନିୟମଗିରି ଡଙ୍ଗରିଆ କାପଡାଗୁନ୍ତା ବୁଣାକାର ସଂଘ ମିଳିତ ଭାବେ ୨୦୨୧ମିସହା ଅଗଷ୍ଠ ମାସ ତିନି ତାରିଖରେ ଜିଆଇ ଟ୍ୟାଗ୍ ମାନ୍ୟତା ନିମନ୍ତେ କେନ୍ଦ୍ର ସରକାର ଙ୍କ ନିକଟରେ ଆବେଦନ କରିଥିବା ବେଳେ ବହୁ ଦିନର ବ୍ୟବଧାନରେ ଆଜି ଏହି କାପଡାଗୁନ୍ଦାକୁ ଜିଆଇ ଟ୍ୟାଗ୍ ର ମାନ୍ୟତା ମିଳିଥିବା ସ୍ୱତନ୍ତ୍ର ଡଙ୍ଗରିଆ ଉନ୍ନୟନ ଅଧିକାରୀ ସୂଚନା ଦେଇଛନ୍ତି। ସେହି ପରି ରାୟଗତା ଜିଲ୍ଲାର ଗୁଣୁପୁର ବ୍ଲକର ପୁଟା ସିଙ୍ଗ ଗ୍ରାମରେ ବସବାସ ଲାଞ୍ଜିଆ ଶୌରାଙ୍କ ସହସହ ବର୍ଷ ପୁରାତନ ଈଡିତାଲ ଚିତ୍ରକଳାକୁ ମଧ୍ୟ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା ମିଲିଛି । ଉଭୟ ଜନଜାତିଙ୍କ ଆର୍ଥିକ ଓ ସାମାଜିକ ବିକାଶ ପାଇଁ ଏହି ବିରଳ କଳାକୃତିକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିବା ପରେ ବିରଳ ଜନଜାତି ଓ ଲାଞ୍ଜିଆ ସୌରା ଙ୍କ ଆର୍ଥିକ ବିକାଶରେ ଏହା ବେଶ ସହାୟକ ହେବ ବୋଲି ଆଦିବାସି କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି।