ରାୟଗଡ଼ା ଜିଲ୍ଲା ତାପସ ହଲୱା ମେମୋରିଆଲ କ୍ରିକେଟ ଉଦଯାପିତ

ଫୋକସ ପ୍ଲସ ୧୩/୬/୨୨ (କାଶୀପୁର ): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଶଙ୍କରଡା ଗ୍ରାମ ପଞ୍ଚାୟତ ପଞ୍ଚାଳୀ ଗ୍ରାମ ବାବା ସାହେବ୍ ଆମ୍ୱେକର କ୍ରିକେଟ୍ ଖେଳ ପଡିଆ ଠାରେ ପ୍ରଥମ ଥର ପାଇଁ ତାପସ ହଲୱା ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହଇଥିଲା l ଏହି ଟୁର୍ନାମେଣ୍ଟ ରେ 32 ଟି ଦଳ ଭାଗ ନେଇଥିଲେ l ଏହି ମ୍ୟାଚ ମେ ମାସ 29 ରେ ଆରମ୍ଭ ହଇ ଜୁନ 12 ତାରିଖ ରେ ଶେଷ ହଇଥିଲା l ସମସ୍ତ 32 ଟି ଦଳ ମଧ୍ୟରୁ ପିପଲପଦର ଓ ପଞ୍ଚାଳୀ ଫାଇନାଲ ଖେଳିଥିଲେ l ପଞ୍ଚାଳୀ ଟସ ଜିତି ପ୍ରଥମେ ବେଟିଙ୍ଗ କରି 130 ରନ ହାସଲ କରିଥିବା ବେଳେ ପିପଲ ପଦର ଟିମ 108 ରନ କରି ରନର ହଇ (5000) ପାଞ୍ଚ ହଜାରସହିତ ଟ୍ରଫି ପାଇଥିବା ବେଳେ ପଞ୍ଚାଳୀ ଟିମ ଉଇନର ହଇ (10000) ଦଶ ହଜାର ସହ ଟ୍ରପି ହାସଲ କରିଥିଲା l ପଞ୍ଚାଳୀ ଟିମ ଚମ୍ପିୟନ ହେବାପରେ ବହୁତ ଖୁସି ଦେଖିବାକୁ ମିଳିଥିଲା l ଏହି ଟୁର୍ନାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ରାୟଗଡା ଜିଲ୍ଲା ଚେଇରମେନ ସରସ୍ଵତୀ ମାଝୀ ,ଆପ୍ପଲ୍ ସ୍ବାମୀ କାଡ୍ରାକା ,ଉତ୍କଳ ହସ୍ପିଟାଲ ଡକ୍ତର ମଣ୍ଡଳ , ମୋହନ ମାଝୀ ,ଏବଂ ସମ୍ମାନୀୟ ଅତିଥି ଭାବେ ପୂର୍ବତନ ସରପଞ୍ଚ ଯଦୁ ଗରଡା, କାଶିପୁର ବ୍ଲକ ଚେରମେନ୍ କଣ୍ଟ ମାଝୀ , ସମାଜ ସେବୀ ହରପ୍ରସାଦ ନାୟକ , ଏବଂ ଆଦିତ୍ୟ ବିର୍ଲା ଗ୍ରୁପ୍ -ଉତ୍କଳ ଆଲୁମିନା ଆନ୍ତର୍ଜାତୀୟ ଲିମିଟେଡ) ସିଓ ଯୋଗ ଦେଇ ପ୍ରାଇଜ ବିତରଣ କରିବା ସହିତ ଅର୍ଗାନାଇସ ଟିମ ମୁନୁ , ସୁରଜ୍ , ଅଟଳ ବିହାରୀ , ଅଗସ୍ତି , ଅଜୟ , ଆକାଶ , ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l

କାଶୀପୁର ବ୍ଲକ ରୁ କର୍ଣ୍ଣ କନ୍ଦପାଣି ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *