ରାୟଗଡା ଟପର ହେଲେ କେ.ଜସ୍ମିନ ପାତ୍ର

ଫୋକସ ପ୍ଲସ (ରାୟଗଡା)୦୮/୦୭/୨୦୨୨: ଚେଷ୍ଟା ହିଁ ସଫଳତାର ଚାବିକାଠି ନିଜ ଚେଷ୍ଟା ବଳରେ କଠିନ ପରିଶ୍ରମ କରି 96% ପ୍ରତିଶତ 576 ମାର୍କ ରଖି ଦଶମ ଶ୍ରେଣୀ ରେ ଉତୀର୍ଣ୍ଣ ହଇଛନ୍ତି କେ. ଜସ୍ମିନ ପାତ୍ର ଛାତ୍ରୀ l ଏବଂ ଟିକିରି ସ୍ୱରସ୍ବତୀ ଶିଶୁମନ୍ଦିରରେ ସର୍ବ ମୋଟ 576 ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିନା ବେଳେ ଏ ବର୍ଷ 50 ଜଣ ଦଶମ ବୋର୍ଡ ପରୀକ୍ଷା ଦେଇଥିଲେ ଏବଂ ସମସ୍ତେ ଶତ ପ୍ରତିଶତ ମାର୍କ ରଖି ଉତୀର୍ଣ୍ଣ ହଇଛନ୍ତି l A .1 ରେ 11 ଜଣ A.2 ରେ 31 B.1ରେ 7 ଜଣ B.2ରେ ଜଣେ ଉତୀର୍ଣ୍ଣ ହଇଥିବା ବେଳେ ରାୟଗଡା ଜିଲ୍ଲା ର ଟପର ହଇଛନ୍ତି କେ. ଜସ୍ମିନ ସେ ଜଣେ ଅଦବାସୀ ଅଧୁଷିତ କାଶୀପୁର ବ୍ଲକ ଟିକିରି ର ଛାତ୍ରୀ ଜସ୍ମିନ , ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ରେ 576 ମାର୍କ ରଖିଥିବାରୁ ରାୟଗଡା ଜିଲ୍ଲା ଓ କାଶୀପୁର ବ୍ଲକ ରେ ଆନନ୍ଦର ଲହରୀ ଖେଳିଯାଇଛି l ସେ ଆରମ୍ଭ ରୁ ଟିକିରି ସରସ୍ବତୀ ଶିଶୁମନ୍ଦିର ରେ ନାମ ଲେଖାଇ ଥିଲେ ଏବଂ ଜଣେ ମେଧାବୀ ଛାତ୍ରୀ ହଇ ଦିନକୁ 6, ରୁ 8 ଘଣ୍ଟା ପାଠ ପଡୁଥିଲେ l ଆଜି ତାଙ୍କର ଚେଷ୍ଟା ଓ ପରିଶ୍ରମ ପାଇଁ ତାଙ୍କୁ ସାରା ରାୟଗଡା ଜିଲ୍ଲା ଓ ଓଡ଼ିଶାରେ ବେସ ଜଣା ଶୁଣା ହଇପାରିଛନ୍ତି l ଜସ୍ମିନ ଆଗକୁ ଆହୁରି ଭଲ ପାଠପଢ଼ୀ ଡ଼କ୍ଟର ହେବାପାଇଁ ଇଚ୍ଛା ପ୍ରକାଶ କରିବା ସହିତ ଲକ୍ଷ ରଖିଛନ୍ତି l ଏବଂ ତାଙ୍କର ସହ ପାଠୀ ଓ ସାନ ଭାଇ ଭଉଣୀ ମାନଙ୍କୁ କିଛି ଉପଦେଶ ମଧ୍ୟ ଦେଇଛନ୍ତି |

ରାୟଗଡା ରୁ କର୍ଣ୍ଣ କନ୍ଦପାଣି ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *