ରୁଙ୍ଗଟା କମ୍ପାନୀର ଟ୍ରକ ମାଲିକଙ୍କୁ ପ୍ରତାରଣା |

ଢେଙ୍କାନାଳ23/11/2023; ଟ୍ରକ ମାଲିକଙ୍କ ପ୍ରତି ରୁଙ୍ଗଟା ମାଇନ୍ସ ର ବୈମାତୃକ ମନୋଭାବ ସାଙ୍ଗକୁ ପ୍ରତାରଣା ଅଭିଯୋଗ l ପୋଲିସ ନାଲି ଆଖି ଦେଖାଇ ଧାରଣା ରତ ଟ୍ରକ ମାଲିକଙ୍କୁ ଧାରଣରୁ ଉଠାଇଲା l ଢେଙ୍କାନାଳ ରେ ରୁଙ୍ଗଟା ମାଇନ୍ସ ର 2ଟି କମ୍ପାନୀ ଭିତରୁ ହିନ୍ଦୋଳ ବ୍ଲକ ରେ ଥିବା କମ୍ପାନୀ ର ପରିଚାଳନାଗତ ଦୋଷ ଦୁର୍ବଳତା ର ଶିକାର ହେଉଛନ୍ତି ନିରୀହ ଜମି ହରା ପ୍ରଜା l ଏହି ଜମିହରମାନେ କ୍ଷତିପୂରଣ ଅର୍ଥ ରେ ଟ୍ରକ ଖଣ୍ଡିଏ କରି କମ୍ପାନୀ ପରିବହନ ପାଇଁ ଆଶା କରିଥିଲେ l ମାତ୍ର କମ୍ପାନୀ କର୍ତ୍ତୃପକ୍ଷ ବାହାର ଜିଲା ତଥା ବାହାର ରାଜ୍ୟ ଟ୍ରକ ଗୁଡିକୁ ପାରିବହନ ରେ ଲଗାଯାଉଥିବାରୁ ସ୍ଥାନୀୟ ମାଲିକ ସଂଘ ଅସନ୍ତୁଷ୍ଟ ଥିଲେ l ସେମାନଂକୁ ପ୍ରତାରଣା କରୁଥିବା ଅଭିଯୋଗ ରେ ଆଜି ଶତାଧିକ ଟ୍ରକ ମାଲିକମାନେ ଧାରଣା ରେ ବସିରହିଥିଲେ l ବ୍ରହ୍ମଣି ଟ୍ରକ ମାଲିକ ସଂଘ ର ସଦସ୍ୟଙ୍କ ସହିତ କମ୍ପାନୀ ଆଲୋଚନା ତ ଦୂରର କଥା ପୋଲିସ ଲଗାଇ ସେମାନଙ୍କ ଖାଇବା ରୋଷେଇ କୁ ବନ୍ଦ କରିଥିଲା ଓ ଧାରଣା ରୁ ଉଠିବା ପାଇଁ ପୋଲିସ ଧମକ ଦେଇଥିଲା l କମ୍ପାନୀ ର ଉଚ ଅଧିକାରୀ ଓ ତହସିଲଦାର ଙ୍କ ଉପସ୍ଥିତିରେ ପୋଲିସ ଏଭଳି ଜୁଲମ କରିବାକୁ ନେଇ କ୍ଷତିଗ୍ରସ୍ତ ମାନେ ଘୋର ଅସନ୍ତୁଷ୍ଟ l କମ୍ପାନୀ ରେ ଗାଡି ଲଗାଇ ଦୁଇ ପଇସା ରେ ଘର ଚଳାଇବା ଆଶା ନେଇ ଟ୍ରକ କରିଥିଲେ କିନ୍ତୁ ଏବେ ପରିବହନ ଭଡା ନପାଇ ଗାଡି କିସ୍ତି ମଧ୍ୟ ସୁଝିପାରୁନାହାନ୍ତି l ଅନେକଙ୍କ ଟ୍ରକ ଫାଇନାନ୍ସ ଜବତ କରିନେଉଚି l ଏଭଳି ପରିସ୍ଥିତି ରେ ପ୍ରଶାସନ ଲୋକମାନଙ୍କୁ ସାହାଯ୍ୟ କରିବା ବଦଳ ରେପୋଲିସ ଲଗାଇ ଡରାଇବା କେତେଦୂର ସମୀଚିନ l ସବୁଠାରୁ ବିଡମ୍ବନାର ବିଷୟ ଏ ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷ କୌଣସି ଉତ୍ତର ନରଖି ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ଦୌଡ଼ି ପଳାଇଥିଲେ |

Leave a Reply

Your email address will not be published. Required fields are marked *