ରୁଷିଆ ଓ ୟୁକ୍ରେନ ଯୁଦ୍ଧରେ ଯାଇଛି ୧୪୭୦୦ ଋଷ ସୈନ୍ୟଙ୍କ ଜୀବନ ନେଇ କହିଲା ୟୁକ୍ରେନ

ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢେ଼ଇ । ଗତ ମାସ ୨୪ରୁ ଆରମ୍ଭ ହୋଇଥିବା ଯୁଦ୍ଧକୁ ଆଜି ୨୫ ଦିନ ପୂରିଛି । ତେବେ ଋଷ ସୈନ୍ୟବାହିନୀର ଯବାନଙ୍କ ମୃତ ସଂଖ୍ୟା ସହ ନଷ୍ଟ ହୋଇଥିବା ବିଭିନ୍ନ ତାଲିକା ଜାରି କଲା ୟୁକ୍ରେନ ।

ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଏଥିସହ ଗତ ମାସ ୨୪ରୁ ଆରମ୍ଭ ହୋଇଥିବା ଯୁଦ୍ଧକୁ ଆଜି ୨୫ ଦିନ ପୂରିଛି । ତେବେ ଋଷୀୟ ସୈନ୍ୟବାହିନୀର ଯବାନଙ୍କ ମୃତ ସଂଖ୍ୟା ସହ ନଷ୍ଟ ହୋଇଥିବା ବିଭିନ୍ନ ତାଲିକା ଜାରି କଲା ୟୁକ୍ରେନ । ସେହିପରି ଋଷ ଓ ୟୁକ୍ରେନ ମହାଯୁଦ୍ଧରେ ଋଷିଆର ୧୪୭୦୦ ଯବାନଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦାବି କରାଯାଇଛି ।

ଏଥିସହ ୧୪୮୭ଟି ବିଭିନ୍ନ ପ୍ରକାରର ସଶସ୍ତ୍ର ଗାଡି ସହ ୯୬ଟି ଏୟାରକ୍ରାଫ୍ଟ, ୨୩୦ ଆର୍ଟିଲ୍ଲେରୀ ପିଶେସ୍ , ୧୧୮ ହେଲିକପ୍ଟର, ୭୪ ଏମଏଲଆରଏସ, ୪୭୬ ଟ୍ୟାଙ୍କ୍‌, ୯୪୭ ଗାଡି, ୬୦ ସିଷ୍ଟର୍ଣ୍ଣ୍ସ, ୩ ବୁଡାଜାହଜ, ୨୧ ୟୁଏଭ, ୪୪ ଆଣ୍ଟି ଏୟାରକ୍ରାଫ୍ଟ ଏବଂ ୧୨ ସ୍ବତନ୍ତ୍ର ଯନ୍ତ୍ରପାତି ନଷ୍ଟ କରିଛି ବୋଲି ୟୁକ୍ରେନ ପକ୍ଷରୁ ଏକ ତଥ୍ୟ ପ୍ରଦାନ କରାଯାଇଛି । ଏପଟେ ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ସାଧାରଣ ଲୋକେ ସହରରୁ ପଳାୟନ କରି ଆଶ୍ରୟସ୍ଥଳୀରେ ଆଶ୍ରୟ ନେଉଥିବାବେଳେ ସେଠାରେ ମଧ୍ୟ ଆକ୍ରମଣ କରିଛି ଋଷ ।

ମୃତଅନ୍ୟପଟେ ୟୁକ୍ରେନର ପୋର୍ଟସିଟି ମାରିଓପୋଲରେ ଥିବା ଏକ ସ୍କୁଲରେ ଋଷ ସେନା ଆକ୍ରମଣ କରିଥିବା ଅଭିଯୋଗ କରିଛି ୟୁକ୍ରେନ । ତେବେ ସ୍କୁଲକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯାଉଥିଲା ଏବଂ ସେଠାରେ ପ୍ରାୟ ୪ ଶହରୁ ଊର୍ଦ୍ଧ୍ବ ଶରଣାର୍ଥୀ ଥିବା ନେଇ ମଧ୍ୟ ୟୁକ୍ରେନ ପକ୍ଷରୁ ଦାବି କରାଯାଇଛି । ଏହା ଋଷ ଦ୍ବାରା ଯୁଦ୍ଧ ଅପରାଧ ବୋଲି କହି ନିନ୍ଦା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ।

 

Leave a Reply

Your email address will not be published. Required fields are marked *