ଚିଲିକା୨୫/୦୧/୨୦୨୪ : ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ ଅନ୍ତର୍ଗତ କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତ ସ୍ଥିତ ନୀଳକଣ୍ଠେଶ୍ଵର ବିଦ୍ୟାପୀଠ ବିଦ୍ୟାଳୟ ର ରୂପାନ୍ତରଣ ଲୋକାର୍ପଣ ହୋଇଛି,ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଆଜି ଚତୁର୍ଥ ପର୍ଯ୍ୟାୟ ହାଇସ୍କୁଲ ରୂପାନ୍ତରଣ ଯୋଜନାରେ ୬ଟି ଜିଲ୍ଲାରେ ୨୮୬ଗୋଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପଣ କରିଛନ୍ତି, ତନ୍ମଧ୍ୟରୁ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକ କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତ ସ୍ଥିତ ନୀଳକଣ୍ଠେଶ୍ଵର ବିଦ୍ୟାପୀଠ ଠାରେ 5t ଅଧିନରେ ଥିବା ସ୍କୁଲ ଆଜି ରୂପାନ୍ତରଣ ରୂପ ରେଖା ପାଇଛି ,ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ 5t ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି. କେ. ପଣ୍ଡିଆନ ସାର୍ ଙ୍କୁ ଆନ୍ତରିକ ଭରା ଧନ୍ୟବାଦ୍ ଜଣାଇଥିଲେ ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ, ଏବଂ ବାଣପୁର ବ୍ଲକ ବିଡ଼ିଓ ଶ୍ରୀମତୀ ଶୀତଲ ଅଗ୍ରୱାଲ ମ୍ୟାଡମ , ସରପଞ୍ଚ ଶ୍ରୀମତୀ ସରୋଜିନୀ ପ୍ରଧାନ,ନାଏବ ସରପଞ୍ଚ ଶ୍ରୀଯୁକ୍ତ ବ୍ୟୋତକେଶ ମହାପାତ୍ର,ସମିତି ସଭ୍ୟା ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପଲେଇ,ବାଣପୁର ବ୍ଲକ ଏ.ଇ ଆଦ୍ୟାଶା ମ୍ୟାଡମ୍,ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ହୋତା, ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଆଦିତ୍ୟ କୁମାର ମିଶ୍ର,ସ୍କୁଲ ଶିକ୍ଷକ ଦେବେନ୍ଦ୍ର ପ୍ରସାଦ ମହାପାତ୍ର, ସୁରେଶ ଚନ୍ଦ୍ର ବରାଳ,ସୁଧାକର ପ୍ରଧାନ,ପୂର୍ବତନ କିରାଣୀ ଶକ୍ତି ପ୍ରସାଦ ମହାପାତ୍ର,ଯୁବ ସମାଜ ସେବୀ ବିଷ୍ଣୁ ଚରଣ ତରାଇ,ଖୋର୍ଦ୍ଧା ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସୋସିଆଲ ମିଡିଆ ସଂଯୋଜକ ଶ୍ରୀଯୁକ୍ତ ରଞ୍ଜିତ ନାୟକ,ଯୁବ ସଭାପତି ଆଲୋକ କୁମାର ପ୍ରଧାନ,ବସନ୍ତ ସାହୁ,ଦିଲ୍ଲୀପ ପ୍ରଧାନ, ଯିମୁତ ଜେନା, ଅନନ୍ତ ନାୟକ,ଯୁବନେତା ସମାଜ ସେବୀ ଶ୍ରୀଯୁକ୍ତ ବିକ୍ରମ ଲେଙ୍କା ଏବଂ ସ୍କୁଲ କର୍ମ ଚାରୀ, ପୂର୍ବତନ ଛାତ୍ର ଓ ଛାତ୍ରୀ, ଅଭିଭାବକ ମାନେ ଯୋଗ ଦେଇ ବିଦ୍ୟାଳୟର ରୂପାନ୍ତରିତ କୁ ପ୍ରଶଂସା କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ 5ଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି .କେ. ପାଣ୍ଡିଆନ ସାର୍ ଙ୍କୁ ଧନ୍ୟବାଦ୍ ଜଣାଇଥିଲେ।