ଫୋକସ ପ୍ଲସ(ଅନୁଗୋଳ)୨୪/୦୮/୨୦୨୨: ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ୍ ଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଡ୍ୟାମ୍ର ୨ଟି ଗେଟ୍ ଖୋଲାଯାଇ ବନ୍ୟା ଜଳ ନିଷ୍କାସନ କରାଯାଉଛି । ଡ୍ୟାମ୍ ଅଧୀକ୍ଷଣ ଯନ୍ତ୍ରୀ ଜଗନ୍ନାଥ ପଣ୍ଡା କହିଛନ୍ତି , ଡ୍ୟାମ୍ର ପୂର୍ଣ୍ଣ ଜଳଧାରଣ କ୍ଷମତା ୧୨୩.୫୦ ମିଟର । ଆଜି ସୁଦ୍ଧା ଜଳସ୍ତର ୧୨୨.୮୮ ମିଟରରେ ପହଞ୍ଚି ଥିଲା । ଫଳରେ ଡ୍ୟାମ୍ର ୮ଓ ୯ ନଂମ୍ବର ଗେଟ୍ ଖୋଲାଯାଇ ବନ୍ୟା ଜଳ ନିଷ୍କାସନ କରାଯାଉଛି । ପ୍ରତି ସେକେଣ୍ଡରେ ଡ୍ୟାମ ଜଳଭଣ୍ଡାର ମଧ୍ୟକୁ ୨୭୨୭.୬୧ ଘନ ମିଟର ବନ୍ୟା ଜଳ ପ୍ରବେଶ କରୁଥିବା ବେଳେ ପାୱାର ଚ୍ୟାନେଲ ଓ ଖୋଲା ଯାଇଥିବା ୨ଟି ଗେଟ ଦେଇ ୩୬୩୮.୭୯ ଘନ ମିଟର ଜଳ ନିଷ୍କାସିତ ହେଉଛି
କଣିହାଁ, ଅନୁଗୋଳ ରୁ ଜନ୍ମେଜୟ ରାଉତ ଙ୍କ ରିପୋର୍ଟ ଫୋକସ ପ୍ଳୋସ। |