ରେଙ୍ଗାଲି ରେ ରେଙ୍ଗାଲି ମହୋତ୍ସବ ଦୁଇଦିନ ଧରି ଖୁବ ଧୁମ ଧାମ ରେ ପାଳିତ ହେଲା l

ରେଙ୍ଗାଲି,ସମ୍ବଲପୁର14/01/2024: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଟ୍ରକ ୟୁନିଅନ ଅଫିସ ଠାରେ ରେଙ୍ଗାଲି ମହୋତ୍ସବ ଖୁବ ଧୁମଧାମ ରେ ପାଳନ କରାଗଲା ଏଥି ସହିତ ପ୍ରଥମେ ୟୁଥ ମରାଥନ ସକାଳୁ ପ୍ରାୟ ଶହେ ରୁ ଅଧିକ ଭାଗ ନେଇଥିଲେ l ପରେ ରେଙ୍ଗାଲି ଦୁର୍ଗା ମନ୍ଦିର ରୁ ଏକ ବିଶାଳ ଶୋଭାଯାତ୍ରା ସହ ମସଲା ଯାତ୍ରା ମାଧ୍ୟମ ରେ ରେଙ୍ଗାଲି ପରିକ୍ରମା କରି ଟ୍ରକ ୟୁନିଅନ ଅଫିସ ଠାରେ ପହଂଚି ଥିଲା l ତାପରେ ପାରମ୍ପରିକ ଲୋକ ନୃତ୍ୟ ସହ ଅନେକ ପ୍ରକାର କଳା କୃତି ର ପ୍ରଦର୍ଶନ କରାଯାଇଥିଲା l ଦୁଇ ଦିନ ଧରି ଖୁବ ଧୁମ ଧାମ ରେ ପାଳିତ ହେଲା ରେଙ୍ଗାଲି ମହୋତ୍ସବ l ସଭାପତି ରାଜୀବ ମିଶ୍ର ଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ କରା ଯାଇଥିବା ବେଳେ ଅନେକ ସାମାଜିକ ସଂଗଠନ ସାହାଯ୍ୟ କରିଥିଲେ l ଏହି ଉତ୍ସବ ର ମୁଖ୍ୟ ଉଦ୍ୟେଶ ହେଲା ବିଲୁପ୍ତ ଲୋକ କଳା କୁ ଲୋକ ଲୋଚନ କୁ ଆଣିବା ପାଇଁ l ରେଙ୍ଗାଲି ମାଟି ପାଇଁ ଏହା ଏକ ଗୌରବ ର ବିଷୟ l ଦୁଇ ଦିନ ଧରି ଲୋକେ ଏହାର ମଜା ଉଠେଇବା ସଙ୍ଗେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ସହିତ ଲୋକେ ବହୁତ ମଜା ମଧ୍ୟ୍ୟ ଉଠାଇଲେ ଦର୍ଶକ l

Leave a Reply

Your email address will not be published. Required fields are marked *