ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ବିଭୁଦାନନ୍ଦଙ୍କ ଘର ସମେତ ୮ଟି ସ୍ଥାନରେ ଚଢ଼ାଉ କରାଯାଇଛି।କଟକର ସ୍ଵତନ୍ତ୍ର ଟିମ୍ ଏହି ରେଡ କରୁଛି। ଢେଙ୍କାନାଳରେ ଥିବା ତାଙ୍କ ଘରେ ଓ ତାଙ୍କ ଭାଇଙ୍କ ଘରେ ଚାଲିଚି ରେଡ। ଢ଼େଙ୍କାନାଳ ସଦର ରେଞ୍ଜର ଭୁବନାନନ୍ଦ ମିଶ୍ରଙ୍କ ଷ୍ଟେସନ ବଜାର ବାସଭବନ, ସରକାରି କ୍ୱାର୍ଟର ଓ କାର୍ୟ୍ୟଳୟରେ ଭିଜିଲାନ୍ସ ଚଢ଼ାଉ କରିଛି । ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ଫ୍ଲସ୍ ଟାଙ୍କିରୁ ୪ ଲକ୍ଷ ୯୨ ହଜାର ଟଙ୍କା ଜବତ ହୋଇଛି।
ଭିଜିଲାନ୍ସକୁ ଦେଖି ବିଭିନ୍ନ ସ୍ଥାନରେ ଟଙ୍କା ଲୁଚାଇବାକୁ ଉଦ୍ୟମ କରିଥିଲେ ରେଞ୍ଜର। ଏହି ଚଢାଉରେ ଭିଜିଲାନ୍ସକୁ ଏତେ ସବୁ ତଥ୍ୟ ମିଳିଛି । ସୂଚନାଯୋଗ୍ୟ, ବିଭୁଦାନନ୍ଦଙ୍କ ନାଁରେ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ଭିଜିଲାନ୍ସ ଏହି ଚଡାଉ କରୁଛି। ଓଡ଼ିଶା ଭିଜିଲାନ୍ସର ୭ ଡିଏସ୍ପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ, ୬ ଇନ୍ସପେକ୍ଟର, ୬ ଏଏସଆଇ, ଅନ୍ୟ ଅଧିକାରୀଙ୍କୁ ନେଇ କଟକ ସ୍ବତନ୍ତ୍ର ଜଜ ଭିଜିଲାନ୍ସ ଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢ଼ାଉ ହୋଇଛି।