କଟକ26/11/2023; ରେଭେନ୍ସା ବିଶ୍ବବିଦ୍ୟାଳୟକୁ ନାକ୍ (ନ୍ୟାସନାଲ ଆସେସ୍ମେଣ୍ଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍ସିଲ) ପକ୍ଷରୁ ‘ଏ ପ୍ଲସ୍ ପ୍ଲସ୍’ ଗ୍ରେଡ୍ ମିଳିଛି। ରାଜ୍ୟର ସରକାରୀ ଅଥବା ବେସରକାରୀ ବିଶ୍ବବିଦ୍ୟାଳୟ ମଧ୍ୟରେ ରେଭେନ୍ସା ପ୍ରଥମ ‘ଏ ପ୍ଲସ୍ ପ୍ଲସ୍’ ଗ୍ରେଡ୍ ପାଇଥିବା ବିଶ୍ୱବିଦ୍ୟାଳୟ। ଏହି ସୂଚନା ମଳିବା ପରେ ରେଭେନ୍ସା ପରିସରରେ ଉତ୍ସବର ପରିବେଶ ସୃଷ୍ଟି ହୋଇଥିଲା । ଗଲା ୨୦ରୁ ୨୨ ତାରିଖ ଯାଏ ନାକ୍ର ଏକ ୫ ଜଣିଆ ଟିମ୍ ରେଭେନ୍ସା ପରିଦର୍ଶନରେ ଆସିଥିଲେ। ସବୁ ମାନଦଣ୍ଡରେ ଉନ୍ନତ ଯୋଗ୍ୟତା ଥିବାରୁ ରେଭେନ୍ସାକୁ ଏ ପ୍ଲସ୍ ପ୍ଲସ୍ ଗ୍ରେଡ୍ ମିଳିଛି। ନାକ୍ ତରଫରୁ ୭ଟି ଭିନ୍ନ ଭିନ୍ନ ମାନଦଣ୍ଡରେ ରେଭେନ୍ସାର ସମସ୍ତ ବ୍ୟବସ୍ଥାର ମୂଲ୍ୟାୟନ କରାଯାଇଥିଲା ରେଭେନ୍ସାକୁ ଏହି ଗ୍ରେଡ୍ ମିଳିବା ପରେ ୟୁଜିସି ପକ୍ଷରୁ ବିଶ୍ବବିଦ୍ୟାଳୟକୁ ବିଭିନ୍ନ ଉନ୍ନତିମୂଳକ କାମ ପାଇଁ ଅଧିକ ଅନୁଦାନ ମିଳିବା ସହ ଅଧିକ ସଂଖ୍ୟାରେ ରିସର୍ଚ୍ଚ କାମ, ନୂଆ ପାଠ୍ୟକ୍ରମ ଖୋଲିବା, ଦେଶର ବିଭିନ୍ନ ସ୍ଥାନରେ ରେଭେନ୍ସା ବିଶ୍ବବିଦ୍ୟାଳୟର ଶାଖା ଖୋଲିବାର ସୁଯୋଗ ମିଳିବ। ଏହା ସହିତ ରେଭେନ୍ସା ବିଶ୍ବବିଦ୍ୟାଳୟର ସମସ୍ତ ପାଠ୍ୟକ୍ରମର ସାର୍ଟିଫିକେଟର ଗୁରୁତ୍ୱ ଦେଶବିଦେଶରେ ବଢିବ ବୋଲି ରେଭେନ୍ସା ପକ୍ଷରୁ କୁହାଯାଇଛି।