ଫୋକସ ପ୍ଲସ(ସିମୁଳିଆ)୨୨/୦୮/୨୦୨୨: ବାଲେଶ୍ୱର ଜିଲ୍ଲା ମାର୍କୋଣା ରେଳଷ୍ଟେସନରେ ଖଳକପୁର RPF ର ସ୍ପେସିଆଲ ଟାସ୍କ ଫୋର୍ସ ଦ୍ୱାରା ଚଳାଉ | ସୂଚନା ଅନୁଯାଇ ମାର୍କୋଣା ରେଳଷ୍ଟେସନରେ ବହୁତ ଦିନ ହେଲା ଟିକେଟ କଳାବଜାରୀ ଚାଲିଥିଲା |ବିଶେଷ ସୂତ୍ରରୁ ସୂଚନା ପାଇ ଖଳକପୁର RPF ର ଟାସ୍କ ଫୋର୍ସ ପହଞ୍ଚି ଅଚାନକ ଟିକେଟ କାଉଣ୍ଟର ଉପରେ ଚଢ଼ାଉ କରିଥିଲେ |ଏଥିରେ ସିମୁଳିଆ ଅଞ୍ଚଳର ଜଣେ ମହିଳାଙ୍କ ନିକଟରୁ ମାର୍କୋଣା ଠାରୁ ସିକନ୍ଦାରାବାଦକୁ ରିଜର୍ଭସନ ଟିକେଟ କରାଇଦେବା ପାଇଁ ଟିକେଟ ବୁକିଂ କ୍ଲର୍କ ବସନ୍ତ କୁମାର ଜେନା ଅଧିକ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ |ଖଡ଼କପୁର ଭିଜିଲାନ୍ସ ଟିମର ଇନିସ୍ପେକଟର କମଲେସ ଅଧିକ ଯାଞ୍ଚ କରିବା ପରେ ବସନ୍ତ କୁମାର ଜେନାଙ୍କୁ ଗିରଫ କରିଥିବାର ଜଣାପଡ଼ିଛି |
ସିମୁଳିଆ ରୁ ସୁଶାନ୍ତ ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ।