ରୋଗରେ ପଡି ଛଟପଟ ପୁଅ, ବିଧବା ମା ଆଖିରୁ ଶୁଖୁନି ଲୁହ

ଫୋକସ ପ୍ଲସ(ବାଲେଶ୍ୱର)୨୭/୦୮/୨୦୨୨: ସତରେ ମାଆ ଶବ୍ଦ ଟି କେତେ ମଧୁର ଓ କୋମଳ। ଯେଉଁ ମାଆ ତାର ସନ୍ତାନ କୁ ନଅ ମାସ ଗର୍ଭ ରେ ଧାରଣ କରି ଶେଷରେ ଜନ୍ମ ଦେଇ ଥାଏ ଏବଂ ସମସ୍ତ କଷ୍ଟକୁ ସହ୍ୟ କରି ସେ ତାର ଲାଳନ ପାଳନ ଭାର ଗ୍ରହଣ କରି,ଯିଏ ତାର ସନ୍ତାନ କୁ ସବୁଠାରୁ ଭଲ ପାଇ ଥାଏ ,ସେ ଅନ୍ୟ କେହି ନୁହେଁ ଆମ ମାଆ।ତାର ଭଲ ପାଇବାରେ ନା ଅଛି ଛଳନା ନା ଅଛି କପଟ, ନା ଅଛି ସ୍ଵାର୍ଥ ,ଆମକୁ ନିଃସ୍ଵାର୍ଥପର ଭାବରେ ଆମକୁ ଭଲ ପାଏ । ସେହି ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା,ବାଲେଶ୍ବର ଜିଲ୍ଲାର ରାଇବଣିଆ ଗ୍ରାମର ମାଆ କୁନି ଗାନ୍ଧୀଙ୍କ ପରିବାରର କଥା।ଏ ହେଉଛି ସେଇ ମାଆ ଯିଏ ତା ପୁଅ ର କଷ୍ଟ କୁ ନିଜ ହୃଦୟ ଭିତରେ ଚାପି ରଖି ଆଖିରେ ଲୁହ ଗଡାଇବା ଛଡା କିଛି ବିକଳ୍ପ ନାହିଁ।ବାପା ତାର ଆର ପାରିରେ, ଆଜି ମାଆ ତା ପୁଅର ଭବିଷ୍ୟତ ପାଇଁ ଚିନ୍ତିତ।କିଏ ବୁଝିବ ତା ଦୁଃଖ କଥା। କିଏ ପୁଛିବ ସେଇ ମାଆ ଆଖିରେ ଲୁହ ଆଜି ଏହି ପରିବାର ରେ ଗୋଟିଏ ଓଳି ଚୁଲି ଜଳୁଛି ତ ଗୋଟିଏ ଓଳି ଚୁଲି ଜଳୁ ନାହିଁ। ଭୋକ ଉପାସରେ ଦିନ କାଟୁଛନ୍ତି ଏହି ପରିବାର ,କାରଣ ଏ ପରିବାର ର ରୋଜଗାର ବୋଲି କିଛି ନାହିଁ।ନା ଅଛି ମା ପାଖରେ ,ପୁଅର ଚିକିତ୍ସା ପାଇଁ ଅର୍ଥ।କେବଳ ଅଛି ଦୁଃଖ ଓ ଯନ୍ତ୍ରଣା ର ଆଖିରେ ଆଖିଏ ଲୁହ। ଆଜି ବାର୍ଦ୍ଧକ୍ୟ ଅବସ୍ଥା ରେ ମାଆ କୁନି ଗାନ୍ଧୀଙ୍କର ସ୍ଵାସ୍ଥ୍ୟ ଅବସ୍ଥା ବିଗୁଡୁ ଥିବା ବେଳେ ବାପା ଛେଉଣ୍ଡ ପୁଅ ତପନ ଗାନ୍ଧୀ ଭିନ୍ନକ୍ଷମ ହୋଇ ରୋଗ ଯନ୍ତ୍ରଣା ରେ ଛଟ ପଟ । ଯେଉଁ ବୟସରେ ପୁଅ ମାଆ କୁ ପାଳିବା କଥା ସେଇ ବୟସରେ ମାଆ ଆଜି ପୁଅ ପାଇଁ ଚିନ୍ତିତ। କେହି ଯଦି ସଦହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଚାହୁଁଥାନ୍ତି ତେବେ ଏହା ମାଧ୍ୟମରେ ନିଶ୍ଚୟ ସାହାଯ୍ୟ କରନ୍ତୁ |

uco bank, ତପନ ଗାନ୍ଧୀ, a/c ,no, 11660110138687

ବାଲେଶ୍ୱର ରୁ ଗୁରୁ ପ୍ରସାଦ ବାରିକଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *