ରୋଗରେ ପଡି ପଙ୍ଗୁ ହୋଇଗଲେ ୩ ପିଲା

ଫୋକସ ପ୍ଲସ(ଖୋର୍ଦ୍ଧା)୨୫/୦୮/୨୦୨୨: ହେ ଲୀଳାମୟ ପ୍ରଭୁ |ହେ ବଡ଼ ଠାକୁର |ତୁମେ ତ ତିଆରି କର ପରିବାର | ପୁଣି ଦୁଖୀ ପରିବାରରେ ଏତେ ଦୁଃଖ ଦିଅ କାହିଁକି | ତୁମେ ତ ଦୁଃଖ ନାଶନ ତୁମେ ତ ରକ୍ଷା କର୍ତ୍ତା, ତ୍ରାଣ କର୍ତ୍ତା, ସୃଷ୍ଟି କର୍ତ୍ତା | ତେବେ |ତେବେ ତୁମ ହୃଦୟ କୁ ଏତେ ପଥର କେମିତି କରିଦେଇ ଏହି ଦୁଖୀ ରଙ୍କି ଙ୍କ ଉପରେ ବୋଝ ଲଦି ଦେଇଛ |ପାଠ ପଢ଼ୁଥିବା କୁନି ବୟସରେ ଏହି ପରିବାର ର ସବୁ ପିଲାଙ୍କୁ ଏମିତି କି ରୋଗ ଦେଲ ଯେ ସେମାନେ ପଙ୍ଗୁ ପ୍ରାୟ ହୋଇଗଲେଣି | ମା ର ଆକୁଳ କ୍ରନ୍ଦନ କଣ ତୁମ କାନରେ ବାଜୁ ନାହିଁ |ନା ବାପା ର ପରିଶ୍ରମ ଟିକେ ବି ତୁମ ନଜର ପଡୁନାହିଁ,ନା ଏବେ ବି ସେହି ପରିବାର ଉପରେ ନିଜର ଦାଉ ସାଧୁଛ |

ଆଜ୍ଞା ହଁ,ଏହା କୌଣସି ମନ ଗଢ଼ା କାହାଣୀ ନୁହେଁ |ଏ ହେଉଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଦେଉଳି ପଞ୍ଚାୟତ ଓଗାଲ୍ ପୁର ଗ୍ରାମର କରୁଣ ଦୃଶ୍ୟ ବାପା ଟୁକୁନା ସମାନ୍ତସିଂହାର ମୂଲ ଲାଗି ଖଟିଲେ ପରିବାର ଚଳେ ଦୁଇ ଝିଅ ଓ ଗୋଟିଏ ପୁଅ କୁ ନେଇ ସୁଖୀ ସଂସାର ହେଲେ ଏହି ସୁଖ କୁ ସହିପାରିଲେନି ଭଗବାନ ତିନି ପିଲାଙ୍କୁ ଭଲ ମଣିଷ କରିବା ପାଇଁ ଦିନରାତି ଏକ କରି ପାଠ ପଢାଉଥିଲେ ବାପା ଆଉ ପିଲାଏ ଭଲ ପାଠ ମଧ୍ୟ ପଢୁଥିଲେ କିନ୍ତୁ ଠିକ ପାଠ ପଢା ବୟସରେ କେମିତି କଣ ଏତେ ବଡ଼ ଦୁଃସାଧ୍ୟ ରୋଗ ଆସି ତିନି ପିଲାଙ୍କୁ ପଙ୍ଗୁ କରିଦେଲା ପାଟିରେ ଠିକ ସେ ଖାଦ୍ୟ ଖାଇପାରୁନାହାନ୍ତି କଥା କହିବା ତ ଦୂରର କଥା ଚାଲିବା ପାଇଁ ବି ଅକ୍ଷମ କେବଳ ନିଶ୍ୱାସ ଟିକେ ଚାଲିଛି ବୋଲି ହୁଏତ ପିଲାମାନେ ବଞ୍ଚି ଯାଇଛନ୍ତି କାରଣ ଯେତେବେଳେ ମା ଖୁଆଏ ସେତେବେଳେ ଲାଗେ ପ୍ରକୃତ ଏମାନେ ଏମାନେ କେମିତି ବଞ୍ଚିଛନ୍ତି ଯେଉଁ ପୁଅ ଝିଅ ବୃଦ୍ଧ ବାପା ମା ଙ୍କ ଆଶା ବାଡ଼ି ହେବା କଥା ସେହି ପିଲାଙ୍କ ପାଇଁ ଆଜି ଆଶା ବାଡ଼ି ସାଜିଛନ୍ତି ବୃଦ୍ଧ ବାପା ମା ହେଲେ ମା, ବାପା ଓ ପରିବାରର ଆକୁଳ ଚିତ୍କାର ଶୁଭୁନି କାହିଁକି ତୁମେ କାହିଁକି ସ୍ଥାଣୁ ପାଲଟି ଯଇଛ,ଆଉ କି ଦୋଷ କରିଥିଲେ ଏମାନେ ସବୁ ବିକିଦେଲେ |ଆଉ ଯାହା ବି ଅଛି ସରିଯିବ କିନ୍ତୁ ପିଲା ମାନଙ୍କ ରୋଗ ଭଲ ହେବା ପାଇଁ କେବଳ ଅର୍ଥ ହିଁ ଆବଶ୍ୟକ ଅଦିନେ ଝଡ଼ିବା ପୂର୍ବରୁ ଏହି ପରିବାର କୁ ସାହାଯ୍ୟ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ଯାହା ଆପଣ ମାନେ ହିଁ ପାରିବେ | ସରକାର ପାରିବେ |ସ୍ଥାନୀୟ ଜନ ପ୍ରତିନିଧି ଙ୍କ ପ୍ରୟାସ,ବଦାନ୍ୟ ବ୍ୟକ୍ତି ଙ୍କ ପ୍ରୟାସ ଓ ସ୍ଥାନୀୟ ପ୍ରଶାସନ ର ପ୍ରୟାସ ହିଁ କେବଳ ଏହି ପରିବାର ମୁହଁରେ ହସ ଫୁଟାଇ ପାରିବ |
ହେ ଲୀଳାମୟ ଠାକୁର, ଏହି ପରିବାର କୁ ଉଦ୍ଧାର କର |

ଖୋର୍ଦ୍ଧା ବେଗୁନିଆ ରୁ ଜଗେଶ୍ୱର ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *