ଫୋକସ ପ୍ଲସ(ତାଳଚେର)୧୫/୦୮/୨୦୨୨: ଫର୍ଟିଲାଇଜର ତରଫରୁ ସ୍ୱାଧିନତାର ୭୫ ବର୍ଷ ପୂର୍ତି ଅମୃତ ମହୋସ୍ôବ ବର୍ଷରେ ସାରା ଦେଶରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଏକ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଟିଏଫଏଲର ମହାପ୍ରବନ୍ଧକ ସତ୍ୟବ୍ରତ ମିଶ୍ର ପତାକା ଦେଖାଇ ଶୋଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରାରେ ଟିଏଫଏଲ ,ପିଡିଆଇଏଲ,ଏଫସିଆଇଏଲ, ସିଆଇଏସଏଫ, କାର୍ଯ୍ୟରତ ସମସ୍ତ ଠିକାସଂସ୍ଥାର ପ୍ରତିନିଧି ତଥା କର୍ମଚାରୀ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପ୍ରଥମେ ସିଆଇଏସଏଫ ୟୁନିଟକୁ ଜାତୀୟ ପତାକା ପ୍ରଥମେ ଅର୍ପଣ କରାଯାଇଥିଲା । ତାପରେ ଏହି ଶୋଭାଯାତ୍ରା /ପଦଯାତ୍ରା ମୀନାବଜାର ମୁଣ୍ଡାବଜାର, ହାଉସିଂବୋର୍ଡ, ଦେଇ ପ୍ଲାଂଟ ପରିସରକୁ ଫେରିଥିଲେ । ଏହି ସଚେତନତା ପଦଯାତ୍ରାକୁ ବିକ୍ରମପୁର ପୋଲିସ ଗାଇଡ କରିଥିଲେ । ଏଠାରେ ସ୍ମରଣକରି ଦିଆଯାଉଛି ଯେ ବିଗତ ଅଗଷ୍ଟ ୧୫ /୦୮/ ୨୦୨୧ ମସିହା ପର ଠାରୁ ଅଗଷ୍ଟ ୧୫, ୨୦୨୨ ପର୍ଯ୍ୟନ୍ତ ବର୍ଷକୁ ଆଜାଦୀକା ଅମୃତ ମହୋତ୍ସବ ବର୍ଷସାରା ଦେଶରେ ପାଳନ କରାଯାଉଛି । ଏହାକୁ ମଧ୍ୟ ଟିଏଫଏ ଲଗାତବର୍ଷ ୧୦-୧୦-୨୦୨୧ ର ୨ଦିନ ଧରି ପାଳନ କରିଥିଲା । ଏହି ଅବସରରେ ମଧ୍ୟ ଜାତୀୟତା ପ୍ରେମଜାଗରଣ ନିମିତ ସଚେତନତା ପଦଯାତ୍ରା ତାଳଚେରର ବରିଷ୍ଟ ବର୍ଷିୟାନ ସ୍ୱାଧିନତା ସଂଗ୍ରାମୀ ଶ୍ରୀବଂଶୀଧର ପ୍ରଧାନ (୧୦୩)ଙ୍କ ବାସଭବନକୁ ଟିଏଫଏଲର ପ୍ରତିନିଧିମାନେ ଯାଇ ମାନପତ୍ର ଉପଢୌକନ ,ପୁଷ୍ପମାଲ୍ୟ/ପୁଷ୍ପଗୁଚ୍ଛ ସହ ସମ୍ମାନୀତ କରିଥିଲେ । ଏହି ଅବସରରେ ଭୋକାଲ ଫର ଲୋକାଲ କାର୍ଯ୍ୟକ୍ରମ ହିସାବରେ ଓଡିଶୀ ନୃତ୍ୟ, ତଥା ସମ୍ବଲପୁରୀ ନୃତ୍ୟ ମଧ୍ୟ ପରିବେଷଣ କରାଯାଇଥିଲା । ତତ୍ ସହିତ ଭାରତ ବର୍ଷରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ସମସ୍ତ କର୍ମଚାରୀ,ସୁରକ୍ଷା କର୍ମଚାରୀ,ପିଡିଆଇଏଲ,ଏଫସିଆଇଏଲ, ତଥା ଠିକାସଂସ୍ଥାର କର୍ମଚାରୀଙ୍କୁ ନେଇ ତା ୨-୦୬-୨୦୨୨ରିଖଦିନ ବିକ୍ରମପୁର ଅତିଥି ଭବନଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପରିକ୍ରମିତ ପଦଯାତ୍ରା ଅଂଚଳରେ ତଥା ଭାଗନେଇଥିବା ସମସ୍ତ ପ୍ରତିନିଧିଙ୍କୁ ସମସ୍ତେ ଆମେ ଭାରତୀୟ ନାଗରିକ ଭାବରେ ଉସ୍ôାହର ସହ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ସମସ୍ତ ନାଗରିକଙ୍କ ମନରେ ଜାତୀୟତା ଭାବ ଉଦ୍ରେକ କରିବା, ଦେଶ ପ୍ରେମଜାଗ୍ରତ କରିବା ନିମିତ ନବ ଗୃହ ସମ୍ମୁଖରେ ଜାତୀୟ ପତାକାକୁ ସମ୍ମାନ ପୂର୍ବକ ଆସନ୍ତା ୧୩ ଅଗଷ୍ଟ ଠାରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଉଡାଇବା ପାଇଁ ଅନୁରୋଧ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାପ୍ରବନ୍ଧକ ସତ୍ୟବ୍ରତ ମିଶ୍ର ଙ୍କ ସହ ଟିଏଫଏଲର ମୁଖ୍ୟପ୍ରବନ୍ଧକ ସୁଜିତ ହୋତା, ହରଗୋପାଲ ଗଡି,ସୁମନ୍ତ ପ୍ରଧାନ (ସମ୍ପର୍କ) ଅଖିଲ ସତପଥି, ୟୁପିଟୁଡୁ,ବିକାଶଲମ୍ବେ. ଜିଏମଇରଫାନ ମହମଦ, ପ୍ରସନ୍ନ ବରାଳ ପ୍ରମୁଖଉ ପସ୍ଥିତ ଥିଲେ । ଉକ୍ତ ସଚେତନତା ପଦଯାତ୍ରାକୁ ମୁଖ୍ୟ ପ୍ରବନ୍ଧକ ସୁମନ୍ତ ପ୍ରଧାନ ସଂଚାଳନ କରିଥିଲେ