ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ, ୨ ଗିରଫ

ଫୋକସ ପ୍ଲସ (କୋଣାର୍କ)୨୩/୦୬/୨୦୨୨: ଆଜି ଦିନ ୧୨ ଟା ବେଳେ ଗୋପ ପୋଲିସ ଚଢ଼ାଉ। ଗୋଟିଏ ଅଟୋ ସହ ଲକ୍ଷାଧିକ ଟଙ୍କା ର ଚୋରା ବିଦେଶୀ ମଦ ଚାଲାଣ ସମୟରେ ଚଢାଉ କଲା। ଗୋପ ପୋଲିସ। ଦୁଇ ଚୋରା ମଦ ବେପାରୀ ଙ୍କ ସହ ଲକ୍ଷ୍ୟାଧିକ ଟଙ୍କାର ଚୋରା ମଦ କୁ ଜବତ କରିଛନ୍ତି। ପ୍ରକାଶ ଯେ କିଛି ଦିନ ଧରି ଗୋପ ଥାନା ଓ କୋଣାର୍କ ଅବକାରୀ ବିଭାଗ ଓ ନୟାହାଟ ଫାଣ୍ତି ଅଞ୍ଚଳ ରେ ବ୍ୟାପକ ପରିମାଣର ନିଶା କାରବାର ହେଉଥିବା ଅଭିଯୋଗ ଆସୁଥିଲା। ଏହି ଅଭିଯୋଗ କୁ ନେଇ ଗୋପ ଥାନା ଅଧିକାରୀ କାଳନ୍ଦୀ ବେହେରା ଙ୍କ ସହ ଅନ୍ୟାନ୍ୟ ଅଫିସର ଗୋପ ବାଲିଘାଇ ରାସ୍ତାର ନାଗପୁର ନିକଟରେ ଅଚାନକ ଚଢାଉକରିଥିଲା ପୋଲିସ ଏହି ଚୋରା ମଦ ଅଟୋ କୁ ଜବତ କରିଥିବା ସୂଚନା ରହିଛି। କିଛି ଦିନ ଧରି ଗୋପ, କୋଣାର୍କ,ନୟାହାଟ ଫାଣ୍ତି ଅଞ୍ଚଳ ରେ ବ୍ୟାପକ ମଦ କାରବାର ହେଉଥିଲା, ଏହି ଅଭିଯୋଗ ନେଇ ପୋଲିସ ଗୋପ ଥାନା ରେ ୨୦୯/୨୨ରେ ଏକ କେଶ ରୁଜୁ କରି ଦୁଇଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛନ୍ତି।

କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ର ଫୋକସ୍ ପ୍ଲସ |

Leave a Reply

Your email address will not be published. Required fields are marked *