ଲକ୍ଷାଧିକ ଟଙ୍କା ହଡ଼ପ କରି ଫେରlର ଅଭିଯୁକ୍ତକୁ ଗିରଫ

ଫୋକସ ପ୍ଲସ(ଯାଜପୁର)୧୬/୦୯/୨୦୨୨: ଆନ୍ଧ୍ର ବିଇଡି କରେଇ ଦେବା ନାଁରେ ବହୁ ଛାତ୍ରଛାତ୍ରୀମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡ଼ପ କରି ଫେ ରlର ଥିବା ଅଭିଯୁକ୍ତକୁ ଯାଜପୁର ଜିଲ୍ଲା ଧର୍ମଶାଳା ପୁଲିସ ଆଜି ଗିରଫ କରିଛି । ସୂଚନା ମୁତାବକ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କଣିପାଟିଆ ଗ୍ରାମର ଅଭିଜିତ ଦାସ ନାମକ ଜଣେ ଯୁବକ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଘରୋଇ ଅନୁଷ୍ଠାନରୁ ବିଇଡି ପରୀକ୍ଷା କରାଇ ସାର୍ଟିଫିକେଟ କରାଇଦେବା ପାଇଁ ଏଜେଂଣ୍ଟ ସାଜି ଯାଜପୁର ଓ ଭଦ୍ରକ ଆଦି ଜିଲ୍ଲାର ବହୁ ଛାତ୍ରଛାତ୍ରୀଙ୍କ ଠାରୁ ଟଙ୍କା ଠକି ନେଇଥିଲା । ଏନେଇ ଠକାମୀର ଶିକାର ହୋଇଥିବା ୪୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଗତ ଜୁଲାଇ ୨୧ ତାରିଖରେ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ । ଛାତ୍ରଛାତ୍ରୀମାନେ ଅଭିଯୋଗ କରିଥିଲେ ଯେ ଆନ୍ଧ୍ରରେ ବିଇଡି କରାଇ ଦେବା କହି ଧର୍ମଶାଳା ଥାନା କଣିପାଟିଆ ଗ୍ରାମର ସୁରଜିତ ଜଣକା ପିଛା ୨୦ ହଜାର ଟଙ୍କା ଓ ସ୍କୁଲ କଲଜେର ସାର୍ଟିଫିକେଟ ନେଇଥିଲା । ଗତ ଜୁଲାଇ ମାସ ୨୧ ତାରିଖରେ ଆନ୍ଧ୍ରର ଏକ ଘରୋଇ ଅନୁଷ୍ଠାନରେ ପରୀକ୍ଷା ହେବ କହି ୧୯ ତାରିଖରେ ସମସ୍ତ ଛାତ୍ରଛାତ୍ରୀମାନେ ଜାରକା ଠାରେ ସକାଳୁ ଉପସ୍ଥିତ ରହି ବସରେ ଯିବା ପାଇଁ କହିଥିଲା । ଏହିଅନୁସାରେ ଗତ ଜୁଲାଇ ୧୯ ତାରିଖରେ ୪୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଜାରକା ଠାରେ ପହଁଚି ବସକୁ ଅପେକ୍ଷା କରିଥିଲେ । ହେଲେ ବସ ନଆସିବାରୁ ଛାତ୍ରଛାତ୍ରୀମାନେ ନିରାଶ ହୋଇ ସୁରଜିତକୁ ଫୋନ କରିବାରୁ ତାର ସୁଇଇଚ ଅଫ ଆସିଥିଲା । ପରେ ଛାତ୍ରଛାତ୍ରୀମାନେ ଜୁଲାଇ ୨୧ ତାରିଖରେ ଏସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ । ଏନେଇ ପୋଲିସ ଏକ ଠକେଇ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ତେବେ ଟଙ୍କା ହଡପ କରି ଅଭିଜିତ ଆନ୍ଧ୍ର ପ୍ରଦେଶରେ ଯାଇଁ ରହୁଥିବା ବେଳେ ପୁଲିସ ତାକୁ ସେଠାରେ ଠାବ କରିଥିଲା । ଆଜି ଧର୍ମଶାଳା ପୋଲିସ ତାକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *